jsm

ବଲାଙ୍ଗିର ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ ହୋଇଯାଇଛି । ଉଠା ଜଳସେଚନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଶାନ୍ତିପଡ଼ା କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗଦେଇ ପାଣି ପଞ୍ଚାୟତ ଗଠନର ମୂଳଲକ୍ଷ୍ୟ ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା ଯୋଗଦେଇ ବିଭିନ୍ନ ବିଭାଗ ଦ୍ଵାରା ଲାଗିଥିବା ଷ୍ଟଲ ଗୁଡ଼ିକ ବୁଲି ଦେଖିଥିଲେ । ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ଦଳାଇ ପାଣି ପଂଚାୟତ ସଭାକୁ ପରିଚଳନା କରିବା ସହିତ ବିବରଣୀ ପାଠ କରିଥିଲେ । ପାଣି ପଞ୍ଚାୟତର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଉପଯୁକ୍ତ ଜଳ ପରିଚାଳନା ପାଇଁ ଉପସ୍ଥିତ ଚାଷୀଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ୨୦୦ ରୁ ଅଧିକ ପାଣି ପଞ୍ଚାୟତର ସଭ୍ୟସଭ୍ୟା ଯୋଗଦେଇଥିଲେ । ସଭାକାର୍ଯ୍ୟ ପରେ ପାଣି ପଞ୍ଚାୟତ ସମ୍ପର୍କୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ସହିତ ଟ୍ରଫି ପ୍ରଦାନ କରିଥିଲେ । ମଞ୍ଚରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ, ଉଦ୍ୟାନ କୃଷି, କୃଷି ବିଭାଗ, ଟାଟା ପାୱାର, ଜଳ ଛାୟା ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ମଞ୍ଚ।ସିନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ବିଷୟରେ ଆଲୋକପାତ କରିଥିଲେ । କିରଣ ବାଲା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ଉଠା ଜଳସେଚନ ବିଭାଗର ସମସ୍ତ ଯନ୍ତ୍ରୀ, ଅଧିକାରୀ, କର୍ମଚାରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.