jsm

ଜିଲ୍ଲାସ୍ତରୀୟ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଭାରତର ପ୍ରଥମ ନାର‍ୀ ଶିକ୍ଷୟିତ୍ରୀ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ଯାଦବ ଭବନ ଠାରେ ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ଏବଂ ମୁଖ୍ୟବକ୍ତା ଆମ୍ବେଦକରବାଦୀ ରୂପାଲୀ ମହାନନ୍ଦ ସମ୍ମାନିତ ଅତିଥି ଭାବରେ କବି କାନ୍ତିଲାଲ ମୁଗ୍ରୀ, ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାର ଓ ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ମୁଗ୍ରୀ ଯୋଗ ଦେଇ ସାବିତ୍ରୀବାଇ ଫୁଲେଙ୍କ ଜୀବନୀ ସ୍ମୃତିଚାରଣ ପୂର୍ବକ ଭାରତୀୟ ସମାଜରେ ଶିକ୍ଷାକ୍ଷେତ୍ରରେ ତାଙ୍କର ସଂଘର୍ଷ ଭୂମିକା ଏବଂ ସମାଜକୁ ବାର୍ତ୍ତା ଉପରେ ଆଲୋକପାତ କରିଥିଲେ । ଲେଖିକା ଲିଲି ପଟେଲଙ୍କ ସଭା ସଂଯୋଜନା ସହ କୁନା ବାଗ, ଭୁବନ ନାଗ, ଜ୍ୟୋତିଷ ମୁଗ୍ରୀ, ରମାକାନ୍ତ ସୁନା, ସାବିତ୍ରୀବାଇ ଫୁଲେଙ୍କ ଉପରେ ନିଜ ନିଜର ମତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ସତ୍ୟାନନ୍ଦ ସୁନା, ସରଣୀସେନ ଦୀପ, ଦିନେଶ ନାଗ, ଅର୍ଜୁନ ମୁଗ୍ରୀ, ଦଣ୍ଡୁଆ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସରୋଜ ମେଶ୍ୱା, ହେମସୁନ୍ଦର ନାଗ, ସୂର୍ଯ୍ୟମଣି ସୁନା, କୁନାଲ ଗହିର, ସୁଷମା ବୋଏ, ଅମ୍ବିକା କୁମ୍ଭାର, ବିପିନ ବାରିକ, କେସନ ମହାନନ୍ଦ, ବିରେନ୍ଦ୍ର ଜଗଦଲା, ପ୍ରେମସିଲା ସାହୁ ସହ ମହିଳା ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସବିତା ନାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.