jsm

ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଦଘାଟକ ଭାବରେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଯୋଗଦେଇ ଉଦଘାଟନ କରିଥିବା ବେଳେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସମ୍ପାଦକ ଶତ୍ରୁଘ୍ନ ସିଂ, ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, କାଉନସିଲର ଶମ୍ଭୁ ନାଗ, ନନ୍ଦିନୀ ପୋଢ଼, କ୍ଲବର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସୀନ ଥିଲେ । ଦେବାଶିଷ ବାଗ, ସଞ୍ଜନ କୁଡେ଼ଇ, ମୋହନ ପ୍ରଧାନୀ, ନର୍ସିଂ ସ୍ୱାମୀ ନାଇଡ଼ୁ ପରିଚାଳନା କରିଥବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଏହି ଉଦଘାଟନୀ ପ୍ରଥମ ଦିନର ଖେଳରେ ବରଗଡ ୟୁନାଇଟେଡ଼ ଫୁଟବଲ କ୍ଲବ ଏବଂ ସମ୍ବଲପୁର ଏକାଦଶ ଫୁଟବଲ କ୍ଳବ ମଧ୍ୟରେ ହୋଇଥିଲା । ୨-୦ରେ ବରଗଡ଼ ଦଳ ବିଜୟ ହୋଇଥିଲା । ବରଗଡ ଦଳର ଇଦ୍ରିକ ଜର୍ସି ନମ୍ବର ୨୨ ଓ ଭାରତ ଜର୍ସି ନମ୍ବର ୨୦ ଗୋଲ ଦେଇଥିଲେ । ଏହି ଉଦଘାଟନୀ ଉତ୍ସବରେ ବଲାଙ୍ଗିର ବିଶିଷ୍ଠ କ୍ରୀଡାବିତ ବିଜୟ କୁମାର ତ୍ରିପାଠୀ ଓ ବଳରାମ ବିଶୋଇଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ଆକାଶ ମିଶ୍ର, ମନୋଜ ଦୀପ, ପୃଥ୍ୱୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ବଦ୍ରି ମିଶ୍ର, ବବଲୁ କୁରସି, ଅରୁ, ଟିକୁ ପରିଚ୍ଚା, ନିତ୍ୟା ପଧାନ, ସନତ ତ୍ରିପାଠୀ, ପୃଥ୍ୱୀରାଜ ବରାଡ଼,ବିକାଶ ସା, ଆରୋ ରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ରାଉଲକେଲା ଷ୍ଟିଲ ସିଟି କ୍ଲବ ଓ ଭବାନୀପାଟଣା ଇଭିନିଙ୍ଗ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.