ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷା ବଲାଙ୍ଗିରର ସେବା ଯୋଜନା ବିଭାଗର ଶୀତକାଳୀନ ସାତଦିନିଆ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ଠଣସୁନ୍ଦର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସତ୍ୟସାଇ ସେବା ସଂଗଠନ ବଲାଙ୍ଗିରର ସଭାପତି ମନୋଜ କୁମାର ମହାପାତ୍ର ଯୋଗଦେଇଥିଲେ । ଅତିଥିମାନେ ଛାତ୍ର ଜୀବନରେ ସେବାର ଗୁରୁତ୍ୱ କଣ ତାହା ବକ୍ତବ୍ୟ ରଖିବା ସହିତ ଯୁକ୍ତ ଦୁଇ ପାଠ ସରିଲା ପରେ ମଧ୍ୟ କିପରି ଏହି ସେବା ମନୋଭାବ ବଜାୟ ରଖିବେ ସେଥିପ୍ରତି ଦୃଷ୍ଟି ଦେବେ । ବିଦ୍ୟାଳୟର ସେବା ଯୋଜନା ବିଭାଗର ଅଧିକାରୀ ସନ୍ତୋଷ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକାଶ ଥାଉ କି ବିଦ୍ୟାଳୟ ସେବା ଯୋଜନା ବିଭାଗର ତତ୍ୱାବଧାନରେ ୫୦ ଜଣ ଛାତ୍ରଙ୍କୁ ନେଇ ୨୪-୧୨-୨୦୨୫ରୁ ପୋଷ୍ୟ ଗାଁ ଧୁବଲପଡା ଗ୍ରାମରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ସମସ୍ତ ଛାତ୍ରମାନଙ୍କୁ ପ୍ରମାଣପତ୍ର ଦିଆଗଲା ପରେ ଛାତ୍ର ରାଜକୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.