csstore

୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍ କ୍ୟାମ୍ପରେ ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ତାଲିମ କେନ୍ଦ୍ର ଓ ଦୁଃସାହସିକ ଅନୁଷ୍ଠାନ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ବରୁଣେଇ, ଖୋର୍ଦ୍ଧାଠାରେ ଡିସେମ୍ବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା “୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍” କ୍ୟାମ୍ପରେ ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର ତଥା ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡ଼ସ୍‌ ସଙ୍ଗଠନର ଜିଲ୍ଲା ମୁଖ୍ୟ କମିଶନର ପ୍ରଦୀପ ନାଗଙ୍କ ନିର୍ଦ୍ଦେଶରେ ତଥା ଜିଲ୍ଲା ସମ୍ପାଦକ ପ୍ରଦୀପ ପାତ୍ରଙ୍କ ସହଯୋଗରେ ସ୍କାଉଟ୍ କଣ୍ଟିଜେଣ୍ଟ୍ ଲିଡର୍ ବିନୋଦ ମହାପାତ୍ର ଏବଂ ଗାଇଡ଼ ବିଭାଗର କଣ୍ଟିଜେଣ୍ଟ୍ ଲିଡର୍ ଜୟଶ୍ରୀ ପୋଢ଼ଙ୍କ ନେତୃତ୍ୱରେ ୬୦ ଜଣ ସ୍କାଉଟସ୍ ଏବଂ ଗାଇଡ଼ସ୍‌ ବଲାଙ୍ଗିର ଜିଲ୍ଲାରୁ ଚୟନ ହୋଇ ରାଜ୍ୟ ସ୍ତରରେ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଏକ୍ଜିବିସନ୍ ପ୍ରତିଯୋଗିତାରେ ତୃତୀୟ ସ୍ଥାନ, ଜିଲ୍ଲା ଗେଟ୍ ଓ କେମ୍ପ କ୍ରାଫ୍ଟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ, ପିଜେଣ୍ଟ ସୋ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ ଡ.କାଳୀ ପ୍ରସାଦ ମିଶ୍ରଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଜିଲ୍ଲା ପୁରସ୍କୃତ ହୋଇ ଫେରିଲା ପରେ ବଲାଙ୍ଗିରଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଗାଇଡ଼ କ୍ୟାପଟେନ ବ୍ରାହ୍ମଣୀ ଦୀପ, ଜିମିମା ନନ୍ଦ, ସ୍କାଉଟ ମାଷ୍ଟର ଗଣେଶ୍ୱର ମହାପାତ୍ର, ସୁମନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.