ପାଟଣେଶ୍ୱରୀ ମହୋତ୍ସବ ପାଇଁ ସାଲେଭଟା ଗ୍ରାମରେ ପାଟଣେଶ୍ୱରୀ ପୀଠ ଉନ୍ନତି କରଣ ପାଇଁ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଐତିହାସିକ ସାଲେଭଟା ଗ୍ରାମରେ ହଜାର ହଜାର ବର୍ଷ ପୂର୍ବରୁ ଗୋଟିଏ ଗମ୍ଭିରା ଘରରେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ପୂଜା ପାଇ ଆସୁଛନ୍ତି । ପାଟଣା ଶାସନ ସମୟରେ ରାଜା ବଳରାମ ଦେଓ ନିର୍ମାଣ କରିଛନ୍ତି ବୋଲି କିମ୍ବଦନ୍ତି ଅଛି । ବଲାଙ୍ଗିରର ମାଁ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ୨୬ଟି ଗଡ ମଧ୍ୟରୁ ସାଲେଭଟା ଗ୍ରାମ ବେଶ ମୁଖ୍ୟ ଭୂମିକା ନେଉଥିଲା । ଏହି ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗଙ୍କୁ ଲୋଇସିଂହା ନିର୍ବାଚନ ମଣ୍ଡଳିରେ ଥିବା ତିନିଗୋଟି ଐତିହ୍ୟ ପୀଠ କୁଶଙ୍ଗାଇ ମନ୍ଦିର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ, ପୁଇଁତଲା ବ୍ଲକ ଅନ୍ତର୍ଗତ ସାଉନ୍ତେଶ୍ୱରୀ ଦେବୀ ଉନ୍ନତିକରଣ ଏବଂ ଐତିହାସିକ ପୀଠ ସାଲେଭଟା ଗ୍ରାମର ପାଟଣେଶ୍ୱରୀ ପୀଠ ଉନ୍ନତିକରଣ ପାଇଁ ଏବଂ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦାବି ରଖିଥିଲେ । ଦେବାଳୟ ଓ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୪ଗୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଏବଂ ବଲାଙ୍ଗିର ମାଁ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଲୋଗୋ ଅର୍ପଣ କରାଯାଇଥିଲା ଏବଂ ସଂସ୍କୃତି ବିଭାଗକୁ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରାଯାଇଥିଲା । ଏଥିରେ ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ପାଟଣେଶ୍ୱରୀ ମନ୍ଦିର ପୂଜକ ଅଭିନାଶ ଦିଶ୍ରୀ ସାମିଲଥିଲେ ।

Leave A Reply

Your email address will not be published.