ବଲାଙ୍ଗିରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଜାତୀୟ ଖାଉଟି ଦିବସ ପାଳନ

  • ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଦ୍ରୁତ ନିଷ୍କାସନ ଉପରେ ଗ୍ରାହକଙ୍କୁ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଖାଉଟି ଦିବସ ୨୦୨୫ ଉପଲକ୍ଷେ ବୈଧ ମାପ ବିଜ୍ଞାନ ବିଭାଗର ସହଯୋଗରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର, ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ସ୍ତାନୀୟ ପତିତପାବନ ଏକାଡେମୀ ସଭାଗୃହରେ ବୁଧବାର ମଧ୍ୟାହ୍ନରେ ପାଳନ କରାଯାଇଛି । ମୁଖ୍ୟ ଅତିଥିଭାବେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ବୈଦିକ ମନ୍ତ୍ର ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ ପୂଜାକାର୍ଯ୍ୟ କରିଥିଲେ । ମୁଖ୍ୟ ବକ୍ତା ରୂପେ ଅଧିବକ୍ତା ଜୟକୃଷ୍ଣ ସାହୁ କହିଲେ ଖାଉଟିମାନେ ସେମାନଙ୍କ ବିବାଦ ସମାଧାନ ପାଇଁ ଆଜିକାଲି ସୁବିଧାରେ ଡିଜିଟାଲ ମାଧ୍ୟମରେ କୋଣସି ସ୍ଥାନରେ ରହି ଅଭିଯୋଗ ଦାଖଲ କରି ପାରିବେ ବିନା କୌଣସି ଓକିଲ ସହାୟତାରେ ସମାଧାନ ମଧ୍ୟ ଶୀଘ୍ର ଫଳପ୍ରଦ ହୋଇପାରୁଛି । ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଦ୍ରୁତ ନିଷ୍କାସନ (ଏଫିସିଏଣ୍ଟ ଏଣ୍ଡ ସ୍ପିଡି ଡିସ୍ପୋଜଲ ଥ୍ରୋ ଡିିଜିଟାଲ ଜଷ୍ଟିସ୍‌) ଚଳିତ ବର୍ଷର ବିଷୟବସ୍ତୁ ଉପରେ ବକ୍ତାମାନେ କହିଲେ ଗ୍ରାହକ ସଚେତନତା ନିତାନ୍ତ ଜରୁରୀ କେବଳ ଆଇନ ଯେତେ କଠିନ ହେଲେ ମଧ୍ୟ ଅଧିକାରୀ ତଥା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଲେ ମଧ୍ୟ ନିଜେ ସଚେତନ ନହେଲେ ଠକାମିରେ ପଡିବେ । ଗ୍ରାହକ ସଚେତନତା ଦିଗରେ ଗ୍ରାହକ ପଞ୍ଚାୟତ ଯେଉଁଭଳି ସଚେତନତା ଦିଗରେ ଉଦ୍ୟମରତ ସେଭଳି ଗ୍ରାମାଞ୍ଚଳରୁ ଆରମ୍ଭ କରି ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କୁ ଆଜିକାଲିର ଡିଜିଟାଲ ଯୁଗରେ ସଚେତନତା ଜରୁରୀ ହୋଇପଡ଼ିଛି । ଜିଲ୍ଲା ଯୋଗାଣ ବିଭାଗ ନିରୀକ୍ଷକ ଜ୍ୟୋତି ପ୍ରକାଶ ଦାଶ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ ବିଷୟବସ୍ତୁ ଉପରେ ମତ ରଖିଥିଲେ । ସହାୟକ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ସାଗାରିକା ସାବତ ଖାଉଟି ମାନଙ୍କୁ ବିଭିନ୍ନ ମାପ ଉପକରଣ ପ୍ରଦର୍ଶନ କରିବା ସହିତ ବିଭିନ୍ନ ସମାଗ୍ରୀର ମାନ ଓ ପରିଚୟ ବୈଧାନିକ ସତର୍କତା ଉପରେ ଖାଉଟିମାନେ ସତର୍କତା ଉପରେ ସୂଚେଇ ଥିଲେ । ରସରାଜ ଅଚ୍ୟୁତ ପୁରୋହିତ ବକ୍ତବ୍ୟ ଦେବା ସହିତ କବିତା ମାଧ୍ୟମରେ ସମସ୍ତଙ୍କୁ ହସେଇଥିଲେ । ଗ୍ରାହକ ପଞ୍ଚାୟତ ପ୍ରାନ୍ତ ସଭାପତି ଇଞ୍ଜିନିୟର କିଶୋର ମୋହନ ମିଶ୍ର ଗ୍ରାହକ ପଞ୍ଚାୟତର ପରିଚୟ ପ୍ରଦାନ କରିବା ସହିତ ଗ୍ରାହକ ପଞ୍ଚାୟତ ଯୋଗୁଁ ଖାଉଟିମାନେ ୧୯୮୬ ଡିସେମ୍ବର ୨୪ରେ ପାର୍ଲିଆମେଣ୍ଟର ବିଲ ବଳରେ କେନ୍ଦ୍ର ସରକାର ଆଣିଥିବା ଆଇନ ବଳରେ ଆଜି ଖାଉଟି ବିଭିନ୍ନ ଆଇନଗତ ସୁବିଧା ପାଉଛି । ସଭାପତି ଶ୍ରୀ ସତପଥୀ ତାଙ୍କର ବକ୍ତବ୍ୟରେ ପଞ୍ଚାୟତ ନିରନ୍ତର ଭାବରେ କରୁଥିବା ସଚତେନତା କାର୍ଯ୍ୟ କରିଆସୁଛି । ସବୁ ଜିଲ୍ଲାରେ ଏକ ଗ୍ରାହକ ପରାମର୍ଶ କେନ୍ଦ୍ର ଖୋଲିବା ଦିଗରେ କେନ୍ଦ୍ର ସଂଗଠନ ନିର୍ଦ୍ଦେଶ ଦେଇଛନ୍ତି ଏହି ଦିଗରେ ଉଦ୍ୟମ ଜାରି ରହିଛି । ପୂର୍ବରୁ ସମ୍ପାଦକ ଅଶୋକ କୁମାର ମିଶ୍ର ସ୍ଵାଗତ ଅତିଥି ପରିଚୟ ପ୍ରଦାନ ସହିତ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଜିଲ୍ଳା ସଭାପତି ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ପୂର୍ବ ପଶ୍ଚିମ ପ୍ରାନ୍ତର ସଂଯୋଜକ ମାଣିକ ଲାଲ ବର୍ମା, ବୈଧ ମାପ ବିଭାଗ ବଲାଙ୍ଗିର ନିରୀକ୍ଷକ ମିଲନ ସାହୁ ଜିଲ୍ଲା ଉପ ସଭାପତି ମହେଶ୍ୱର ସାହୁ, କୋଷାଧ୍ୟକ୍ଷ ନବକିଶୋର ପଟେଲ, କାର୍ଯ୍ୟକାରୀ ସଦସ୍ୟ ସଂଯୁକ୍ତା ମିଶ୍ର, ମହିଳା ପ୍ରମୁଖ ନିହରିକା ମିଶ୍ର ସମେତ ଗ୍ରାହକ ପଂଚାୟତର ଅନେକ ସଦସ୍ୟ ସଦସ୍ୟା ସଫଳତା ପାଇଁ ସହଯୋଗ କରିଥଲେ ।

Leave A Reply

Your email address will not be published.