କେସିଙ୍ଗା ୟଙ୍ଗ ବ୍ଲଡ୍ ପବ୍ଲିକ୍ ସ୍କୁଲ୍ ପରିସରରେ ୪୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ୧୯୮୩ ମସିହାରେ ସ୍ଥାପିତ ହୋଇଥିଲା ୟଙ୍ଗ ବ୍ଲଡ୍ ପବ୍ଲିକ୍ ସ୍କୁଲ୍ । ଏହି ସ୍କୁଲ ପରିସରରେ ତା 22.12.2025 ଦିନ ୪୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସନ୍ଧ୍ୟା ପାଞ୍ଚଟାରୁ ରାତ୍ରି ଏଗାର ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଇଥିଲା । ପ୍ରଥମେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ଗୀତ ଗାନ କରଗଲା ତା’ପରେ କୃତିତ୍ଵ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଓଡ଼ିଆ ଓ ହିନ୍ଦୀ ଫିଲ୍ମର ଗୀତରେ ନାଚକରି ଅଭିଭାବକଙ୍କ ମନକୁ ମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ହରି ପ୍ରସାଦ ମୌର୍ଯ୍ୟୋ ଆଧ୍ୟାତ୍ମିକ ଶିକ୍ଷକ ଓ ପ୍ରେରକ, ସମ୍ମାନିତ ଅତିଥି ଭାବରେ କେସିଙ୍ଗା ପୁଲିସ ଏସ ଡି ପି ଓ ସନ୍ଦୀପ କୁମାର ମାଝୀ, ୱାଇ ବି ପି ଏସ୍ ଚେୟାରମେନ ଡାଃ ରାମ କୁମାର ଜୈନ, ୱାଇ ବି ଏ ସଭାପତି କମଳ ଜୈନ ଓ ୱାଇ ବି ପି ଏସ୍ ସ୍କୁଲ ପ୍ରିନ୍ସିପାଲ ଡାଃ ଦିପ୍ତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.