csstore

ପଞ୍ଚାୟତ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ପାଳନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ପାଳନ କରାଯାଇଛି । ଏହି ବାର୍ଷିକ କ୍ରୀଡା ପାଇଁ ପ୍ରଥମେ ମା’ ବନାମଲେନ ମନ୍ଦିର ଠାରୁ ଏକ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ ମଶାଲ ଆଣି ଖେଳ ପଡ଼ିଆଠାରେ ସ୍ଥାପନ କରାଯାଇଥିଲା । ପରେ ପତାକା ଉତ୍ତୋଳନ କରିବାସହ ଶପଥ ଗ୍ରହଣ କରାଯାଇଥିଲା । ଏହି ବାର୍ଷିକ କ୍ରୀଡ଼ାରେ ମୁଖ୍ୟ ଅତିଥି ଭାବେ ସଭାପତି ପରମେଶ୍ୱର ବିଶ୍ୱାଳ ଯୋଗଦାନକାରୀ ହୋଇ ଯିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଧନେଶ୍ୱର ବିଶ୍ୱାଳ, ସହଦେଵ ବିଶ୍ୱାଳ, ଭୋଳାନାଥ ସାହୁ, ଶଶୀଭୂଷଣ ମେହେର, ପ୍ରମୋଦ କୁମାର ଜେନା, ଫାଇପଟି ସଭାପତି ଶିବପ୍ରସାସ ସାହୁ, ପିଅନ ଗୋବିନ୍ଦ ସାହୁ, ପ୍ରମୁଖ ଉପସ୍ଥିତ ରହି ମଞ୍ଚର ଶୋଭା ବଢ଼ାଇ ଥିଲେ । ଅତିଥିମାନଙ୍କୁ ବହୁତ ସୁନ୍ଦର ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅତିଥିମାନେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଖେଳ ପ୍ରତିଯୋଗିତାରେ ମୋଟ ୧୬୦ ଟି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ବାଳକ ବିଭାଗରେ ଟିକେନ୍ଦ୍ର ବାଗ ଓ ବାଳିକା ବିଭାଗରେ ଗାୟତ୍ରୀ ମାଝୀ ଚାମ୍ପିୟାନ ହୋଇଥିଲେ । ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଏୟର ଭାବେ ଶୋହାନ ବଢ଼େଇକୁ ଦିଆଯାଇଥିଲା । ଖେଳକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସରୋଜ କୁମାର ବିଶ୍ୱାଳ । ପରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପରିଶେଷରେ ଖେଳ ଶିକ୍ଷକ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ସଂକ୍ଷେପରେ କହିଲେ ଯେ ଆମ ପାଇଁ ଆମ ହାଇସ୍କୁଲ ବଡ଼, କାରଣ ଆମ ବିଦ୍ୟାଳୟରୁ ପ୍ରତିବର୍ଷ ଜିଲ୍ଲା ସ୍ତରୀୟରୁ ରାଜ୍ୟସ୍ତରୀୟକୁ ଉନ୍ନୀତ ହୋଇ ପଂଚାୟତ ହାଇସ୍କୁଲର ନାମକୁ ଆଗେଇ ନେଉଛନ୍ତି ଏହା ମୋର ବହୁତ ବଡ଼ ଭାଗ୍ୟ ବୋଲି କହିଛନ୍ତି । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଖେଳ ଶିକ୍ଷକ ସରୋଜ କୁମାର ବିଶ୍ୱାଳ ।

jayashree
Leave A Reply

Your email address will not be published.