ପାଇକମାଲ ଡ୍ରିମ ଲାଣ୍ତ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଡ୍ରିମ ଲାଣ୍ଡ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ସତ୍ୟ ନାରାୟଣ ଯୋଷୀ, ସ୍କୁଲର ପ୍ରତିଷ୍ଠାତା ରାଜେନ୍ଦ୍ର କୁମାର ରାଉତ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ସାରାଇପାଲି ଡିଗ୍ରୀ କଲେଜ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ଭୋଇ, ଡୋଳାମଣି ମାହାର ମଂଚାସୀନ ଥିଲେ । ସ୍କୁଲର ଛାତ୍ରଛାତ୍ରୀ ଓ ମା’ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସମ୍ଭବ, ଗୀତାଂଶୁ, ଦୀପ୍ତି, ଅଂବିଶା ଚମ୍ପିୟାନ ହୋଇଥିଲେ । ରାଜେନ୍ଦ୍ର କୁମାର ମହାନ୍ତି, ଶେଫାଳି ବାରିକ, ମନ୍ଦାକିନୀ ସାହୁ, ଶୃତ୍ରିଶ୍ରୀ ମହାନ୍ତି, ଲୋକେଶ ରାଉତଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଡାକ୍ତର ନରେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.