ଗଞ୍ଜାମ ବ୍ଳକ୍ ବି. କାଇଞ୍ଚପୁର ଗାଁ ନିକଟରେ ସଡ଼କ ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅର୍ନ୍ତଗତ ହୁମା-ପୁରୁଷୋତ୍ତମପୁରକୁ ଯାଇଥିବା ରାସ୍ତା ଗଞ୍ଜାମ ବ୍ଳକର ବି. କାଇଞ୍ଚପୁର ଗାଁ ନିକଟରେ କାର ସହ ୨ଟି ବାଇକ୍ ଧକ୍କା ହୋଇ ସୋମବାର ଦିନ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ଟି ବାଇକ୍ ସହ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମୃତକ କଲେଜ ଛାତ୍ରଙ୍କ ନାମ ଜି. ଶୁଭମ ରେଡ୍ଡୀ, ସେ ଖଣ୍ଡ ଦେଉଳି କଲେଜର +୨ ଛାତ୍ର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ହିଁ ଛାତ୍ର ଜଣକର ମୃତ୍ୟୁ ଘଟିଛି । ତାଙ୍କ ଘର ପୁରୁଷୋତ୍ତମପୁର ଥାନାର ସି.ଏଚ. ନୂଆଗାଁ ବୋଲି କୁହାଯାଏ । ୪ଜଣ ଛାତ୍ର ୨ଟି ବାଇକରେ ପୁରୁଷୋତ୍ତମପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାରକୁ ଏହି ମାନେ ମୁହାଁ ମୁଁହି ଧକ୍କା କରିଥିଲେ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ସୁଦ୍ଧା ଗୁତୁତ୍ତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଲୋକେ ରାସ୍ତା ଅବରୋଧ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୋଲିସ ବାହିନୀ ପହଞ୍ଚିଥିଲେ । ଘଟଣାସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଲୋକଙ୍କୁ ବୁଝାସୁଝା କରି ଶାନ୍ତି ଫେରାଇ ଆଣି ମୃତ ପରିବାର ବର୍ଗଙ୍କୁ ଆଶ୍ଵାସନା ଦେଇ ସହାୟତା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.