csstore

ଆଇ.ଆର୍.ଇ.ଏଲ୍. କଲୋନୀ ପରିସରରେ ବନ୍ଧୁତ୍ତ୍ଵ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆଇ.ଆର୍.ଇ.ଏଲ୍. କଲୋନୀ ପରିସରରେ ଏକ ବନ୍ଧୁତ୍ତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ରବିବାର ଦିନ ତମାମ ଧରି ସମାହିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସରେ ସଭିଁଙ୍କ ମଧ୍ୟରେ ଏକ ନିଆରା ଭାତୃତ୍ତ୍ୱଭାବ ପ୍ରେମ ଜାଗି ଉଠିବା ନିମନ୍ତେ ସମସ୍ତଙ୍କ ମଧ୍ୟରେ ଏହି ଖେଳର ଆୟୋଜନ ହୋଇଥାଏ । ଏଥିରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ପ୍ରତିଷ୍ଠାନରେ ନିୟୋଜିତ ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ପରିବାରର ପୁତ୍ର ପୌତ୍ର ମାନଙ୍କ ମଧ୍ୟରେ ଏହି ଖେଳ ଭାଇଚାରା ସୃଷ୍ଟି କରିଥାଏ । ଯୁବବର୍ଗମାନଙ୍କ ମଧ୍ୟରେ ପ୍ରତିବର୍ଷ ଏହା ଏକ ବନ୍ଧୁମିଳନ ସ୍ୱରୂପ ଏହି ବନ୍ଧୁତ୍ତ୍ଵ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସମାହିତ ହୋଇ ଆସୁଅଛି । ଚଳିତ ବର୍ଷ ସୋନୁ ଟିମ୍ ସହ୍ ଅମନ୍ ଟିମଙ୍କ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନୁ ଟିମ୍ ବିଜୟୀ ହୋଇଥିଲେ । ଆଇ.ଆର୍.ଇ.ଏଲ୍. ର ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଦୈତାରି ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିଥିଲେ । ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନର ସ୍ଵାସ୍ଥ୍ୟ ବିଭାଗର ଫାର୍ମାସିଷ୍ଟ ତେଜସ୍ଵୀ ହୃଷୀକେଶ ଆଚାର୍ଯ୍ୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ସଂପର୍କରେ ଗୁରୁତ୍ୱାରୋପ କରି ଖେଳରେ ଭାଇଚାରା ସୃଷ୍ଟି ଏକ ନିଆରା ପରମ୍ପରା ଅଟେ ବୋଲି ବୁଝାଇ ଏହା ସୃଷ୍ଟି କରିବା ଦିଗରେ ଉଦ୍ୟକ୍ତା ମାନଙ୍କର ଭୂମିକାକୁ ସେ ପ୍ରଶଂସା କରିଥିଲେ ଏବଂ ସମସ୍ତ ସହଯୋଗୀଙ୍କୁ ସାଧୁବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.