csstore

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ କାର୍ଯ୍ୟକାରୀ ଦାବୀରେ କଂଗ୍ରେସର ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ସ୍ୱରୂପ କାର୍ଯ୍ୟକାରୀ କରାଯିବାକୁ କଂଗ୍ରେସ ପାର୍ଟି ପକ୍ଷରୁ ଦୃଢତାର ସହ ଦାବୀ କରାଯାଇଛି । ମନରେଗା ଯୋଜନାର ନୂଆ ନାମକରଣ କରି ସରକାର ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ କରିଥିବା ନେଇ ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି କଂଗ୍ରେସର ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି । ଏହି ପ୍ରଥାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସର ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ ପୂର୍ବତନ ଗୋପାଳପୁର ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ତ୍ରିନାଥ ବେହେରା, ଦିଗପହଣ୍ଡିର କଂଗ୍ରେସ ନେତା ସାକା ସୁଜିତ, ସୋରଡାର କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, କବିସୂର୍ଯ୍ୟନଗର କଂଗ୍ରେସ ନେତା ସଞ୍ଜୟ ମଣ୍ଡଳ, ଜିଲ୍ଲା କଂଗ୍ରେସ ଉପସଭାପତି ଅଶୋକ ପଟ୍ଟନାୟକ, ନାରୀ ନେତ୍ରୀ ପ୍ରଭାସିନୀ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକର୍ତ୍ତା ସଦସ୍ୟ ଉମାକାନ୍ତ ସାସମଲ, କବୀର ସାବତ, ମହେଶ୍ୱର ପାତ୍ର ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଦୃଢ଼ ସମାଲୋଚନା କରିଥିଲେ ।

jayashree
Leave A Reply

Your email address will not be published.