csstore

ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଆବେଦନ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସାମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ ‘ସାଂପ୍ରତିକ ଓଡ଼ିଆ ଗଳ୍ପର ଆବେଦନ’ ସମ୍ପର୍କରେ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିର୍ସାମୁଣ୍ଡା ନଗର ଶାଖାର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱ, ସମ୍ପାଦକ ଆଶିଷ କୁମାର ହୋତାଙ୍କ ଆବାହକତ୍ୱ, ସହ ସମ୍ପାଦିକା ଅଧ୍ୟାପିକା ସୁଶ୍ରୀ ପ୍ରିୟଙ୍କା ପଲେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତ ମୁଖ୍ୟଅତିଥି, ବିଷୟ ବିଶେଷଜ୍ଞ ଭାବେ ଗାଳ୍ପିକ ସଂଜୀବ କୁମାର ଭୋଇ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ନିଜର ମତ ରଖିଥିଲେ । ସାମ୍ପ୍ରତିକ ସ୍ଥିତିରେ ଗଳ୍ପର ମାଧୁର୍ଯ୍ୟ, ବିଷୟ ଚୟନ, ଆଙ୍ଗିକ ଗଠନ, ଉପସ୍ଥାପନା ତଥା ସାମାଜିକ ବାର୍ତ୍ତା ରହିଥିଲେ ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ପ୍ରକାଶ ପାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶୀତ ବିଶେଷାଙ୍କ ଉପରେ କବିତା ପାଠ କରାଯାଇଥିଲା । କବି ସୁଭାଷିନୀ ସାହୁ ଓ କିଶୋରୀ ମୋହନ କରଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ସର୍ବଶ୍ରୀ ପ୍ରତାପ କୁମାର ପଣ୍ଡା, ଅମୀୟ କୁମାର ମହାନ୍ତି, ବ୍ରଜେନ୍ଦ୍ର ଦାଶ, ଦୀପକ ସାହୁ, ଆଶିଷ କୁମାର ହୋତା, ଗୌତମ ଦାସ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶାଖାର ଉପସଭାପତି ଅଧ୍ୟାପକ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ସ୍ୱର୍ଣ୍ଣଲତା ଘଡେଇ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ନିରୁପମା ଚାନ୍ଦ, କୌଶଲ୍ୟା ମହାରଣା, ଧରିତ୍ରୀ ପାଇକରାୟ, ଗୀତାଞ୍ଜଳି ମହାରଣା, ପ୍ରିୟା ପାତ୍ର, ବିମଳ ଆଚାର୍ଯ୍ୟ, ରାଜଲକ୍ଷ୍ମୀ ସେନାପତି, ଶ୍ରୀକାନ୍ତ ପାଣିଗ୍ରାହୀ, ପ୍ରୀତମ ମହାନ୍ତି, ଗୌତମ ସିଂହ, ସଞ୍ଜୟ କୁମାର ପ୍ରଧାନ, କବିତା ଦାଶ, ବସନ୍ତ ମହାରଣା, ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.