ବଲାଙ୍ଗିର, (କେପିଏନ୍ଏସ୍) : ରେଙ୍ଗାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦିଲୀପ କୁମାର ଧଳ ଡିସେମ୍ବର ୧୭ରୁ ୧୯, ୨୦୨୫ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍ସିଆର୍ଟି)ଅନୁବନ୍ଧିତ ଆଞ୍ଚଳିକ ଶିକ୍ଷଣ ସଂସ୍ଥାନ (ଆର୍ଆଇଇ) ଆଜମେର ଦ୍ୱାରା ଆୟୋଜିତ ଜାତୀୟ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ସେ “ପରିବେଶରେ କଇଁଛଙ୍କ ଭୂମିକା” ଶୀର୍ଷକରେ ଏକ ଗବେଷଣା ପତ୍ର ଉପସ୍ଥାପନ କରିଥିଲେ, ଯାହା ଭାରତୀୟ ଜ୍ଞାନ ପରମ୍ପରା ଏବଂ ଆଧୁନିକ ପରିବେଶ ବିଜ୍ଞାନର ସମନ୍ୱୟ ଉପରେ ଆଧାରିତ ଥିଲା । ତାଙ୍କ ଅବଦାନ ପାଇଁ ତାଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ଧଳ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିଶଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସାହାଯ୍ୟ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି ।