csstore

ବଙ୍ଗୋମୁଣ୍ଡା କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ନିର୍ଦ୍ଦେଶକ ରାଜେଶ ଜୈନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଧରମପାଲ ଜୈନ, ପ୍ରିନ୍ସିପାଲ ଉମାଶଙ୍କର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ପ୍ରିନ୍ସିପାଲ ଉମାଶାଙ୍କର ପାଣିଗ୍ରାହୀଙ୍କ ସହ ଶିକ୍ଷୟିତ୍ରୀ ପ୍ରଗତୀ ଧର, ପୁଷ୍ପା ସିନ୍ଦୁର, ନଳିନୀ ପାଣିଗ୍ରାହୀ, ପ୍ରତିମା ବାଗ, ସୀମା ସାହୁ, ଅଭିଲିପ୍ସା ମେହେର, ରୋଶନି ଦୀପ, ଚୁମକି ବିନ୍ଧାଣି, ଜୟକୃଷ୍ଣ ମେହେର, ଯମୁନା ସେଠି, ସସ୍ମିତା ପ୍ରଧାନୀ, ଜଗନ୍ନାଥ ପୋଡ଼, ଦୀପକ ବାଗ ପ୍ରମୁଖଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ । ଲଙ୍ଗ ଜମ୍ପ, ହାଇ ଜମ୍ପ, ୨୦ ମିଟର ,୩୦ ମିଟର, ୫୦ ମିଟର ରେସ, ଗଣିତ ଦୌଡ଼ ସହ ଅନ୍ୟ ଖେଳ ଗୁଡିକ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.