ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ବାର ମହାସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜାଖମନ ଠାରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅରୁଣ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବ ସମ୍ମତିକ୍ରମେ ଅକ୍ଷୟ ରଣା (ବଲାଙ୍ଗିର) ପଶ୍ଚିମ ଓଡିଶା ସଭାପତି ଲାବଣ୍ୟ ରଣା (ବରଗଡ) ଓ ଇନ୍ଦଲ ରଣା (ନୂଆପଡା) କାର୍ଯ୍ୟକାରୀ ସଭାପତି ଏବଂ ବିଶ୍ୱନାଥ ରଣା (ନୂଆପଡା) ସାଧାରଣ ସଂପାଦକ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ଡଃ. ଦେବାଶିଷ ରଣା ମେମୋରିଆଲ ଟ୍ରଷ୍ଟ ବଲାଙ୍ଗିର ତରଫରୁ କୁମ୍ଭାର ସମାଜର ୮୦% ମାର୍କ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ଆଠଜଣ ଛାତ୍ର ଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ମାନପତ୍ର ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଟ୍ରଷ୍ଟ ଫାଉଣ୍ଡର ପୂର୍ଣ୍ଣଚନ୍ଦ୍ର ରଣା ଟ୍ରଷ୍ଟ ସଭାପତି ରଘୁରାଜ ରଣା, ବରିଷ୍ଠ ସମାଜସେବୀ ବିଶ୍ୱାମିତ୍ର ରଣାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ୧୪ଟି ବ୍ଲକ ସଭାପତି, ସମ୍ପାଦକଙ୍କ ସହ ବରଗଡ, ସୋନପୁର, ନୂଆପଡା, କଳାହାଣ୍ଡି, ସମ୍ବଲପୁର ଜିଲ୍ଲା ସଭାପତି ସମ୍ପାଦକଙ୍କ ସମେତ ୫୦୦ରୁ ଅଧିକ ସମାଜ ପ୍ରେମୀ ଉପସ୍ଥିତ ଥିଲେ । ବୈଠକରେ ସହଯୋଗ କରିଥିଲେ ଚକ୍ରପାଣି ରଣା, ପୂଣ୍ୟ ଶେଖର ରଣା, ଓମ୍ ପ୍ରକାଶ ରଣା, ପିତାମ୍ବର ରଣା, ନିରାକାର ରଣା, ଯୁଗଲ କିଶୋର ରଣା, ଭକ୍ତ ଚରଣ ରଣା, ନୃପରାଜ ରଣା, ପ୍ରମୋଦ ରଣା, ଶଶିଭୂଷଣ ରଣା । ବଲାଙ୍ଗିର ଜିଲ୍ଲା ସମ୍ପାଦକ ଅନିଲ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।