ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା’ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ପିପିର୍ଡା ଗ୍ରାମ ଓ ଲୁକାପଡା ଗ୍ରାମରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପିପିର୍ଡା ଗ୍ରାମର ରଞ୍ଜନ ସେଠ୍ ସଭାପତିତ୍ୱ କରିଥିଲେ ଓ ବୈଠକର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ । ବଲାଙ୍ଗିର ଜିଲ୍ଳା କମିଟିର ସମ୍ପାଦକ କିର୍ତ୍ତୀଚନ୍ଦ୍ର ସେଠ୍ ସଭା ପରିଚାଳନା କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍ ଆଗାମୀ ଦିନରେ ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ସାହାଯ୍ୟ ସହଯୋଗର କାମନା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ବରିଷ୍ଠ ସଭ୍ୟ ସୁଦାମ ସେଠ୍, ନୂଆକର ସେଠ୍, ଉପଖଣ୍ଡ ସଭାପତି ଅଶୋକ ସେଠ୍ ମଞ୍ଚାସୀନ ଥିଲେ । ଉକ୍ତ ସଭାକାର୍ଯ୍ୟରେ ପିପିର୍ଡା ଗ୍ରାମର ନନ୍ଦଲାଲ ସେଠ୍, ବିରଞ୍ଚି ସେଠ୍, ଶ୍ୟାମ ସେଠ୍, ବୈକୁଣ୍ଠ ସେଠ୍, ଦିଲୀପ ସେଠ୍, ଲୁକାପଡା ଗ୍ରାମର ସୁରଥ ସେଠ୍, ନବୀନ ସେଠ୍, ଲଲିତ ସେଠ୍, ଅଶ୍ୱିନୀ ସେଠ୍ ଓ ବକଟି ଗ୍ରାମର ମାୟାଧର ସେଠ୍, ପୂର୍ଣ୍ଣ ସେଠ ଉପସ୍ଥିତ ରହି ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ସମର୍ଥନ ଜଣାଇ ଥିଲେ । ଶେଷରେ ଜିଲ୍ଲା ସମ୍ପାଦକ କିର୍ତ୍ତୀଚନ୍ଦ୍ର ସେଠ୍ ଧନ୍ୟବାଦ ଜଣାଇଥିଲେ ।
Next Post