ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର୍ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁରୁଲ୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକକୁ ଉକ୍ତ ସାଧନ କେନ୍ଦ୍ରର ସଂଯୋଜକ ପ୍ରଭାକର ମହାପାତ୍ର ପରିଚାଳନା କରିଥିଲେ । ବୈଠକରେ ଭେଲର୍ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏଫ୍ ଏଲ୍ ଏନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭିନ୍ନ ଶୈଖିକ ଓ ଭୌତିକ ବିଷୟ ଗୁଡ଼ିକୁ ବୁଝିଥିଲେ । ବୈଠକରେ ଡିସେମ୍ବର ମାସର ପାଠ୍ୟ ଖସଡ଼ା, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ, ବହୁ ଶ୍ରେଣୀ ପରିଚାଳନାର ପାଠ୍ୟ ଟୀକା ପ୍ରସ୍ତୁତି, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ପରୀକ୍ଷା ପରିଚାଳନା ଓ ପ୍ରସ୍ତୁତି, ଏବଂ ବିଦ୍ୟାଳୟ ମାନଙ୍କର ଭୌତିକ ପରିବେଶ ଆଦି ବିଷୟରେ ଶ୍ରୀ ମହାପାତ୍ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ କଙ୍କରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପଣ୍ଡା ଦୀପ ପ୍ରଜ୍ୱଳନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଛାୟା କାନ୍ତ ନଈ ସ୍ୱାଗତ ଭାଷଣ ଦେଇଥିଲେ । ନୂତନ ସିଆର୍ସିସି ଭାବେ ଯୋଗ ଦେଇ ଥିବା ପ୍ରଭାକର ମହାପାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯିବ ପରେ କାର୍ଯ୍ୟକ୍ରମ ଆଗକୁ ବଢିଥିଲା । ଏହି ବୈଠକରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିରର କିଛି ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ରୋଡ ଟୁ ସ୍କୁଲର ଆର୍ ପି ଅନିଲ ତାଣ୍ଡି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଟିଏଲ୍ଏମ୍ ପ୍ରସ୍ତୁତି ବିଷୟରେ ଅବଗତ କରାଇ ଥିଲେ । ବୈଠକ ଶେଷରେ ଲେପଟା ହାଇସ୍କୁଲର ଶିକ୍ଷକ ସୁମନ୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ପଟେଲ, ମୋନାଲିସା ମିଶ୍ର, ମୃଦୁସ୍ମିତା ତ୍ରିପାଠୀ, ସୁଷମା ଦିଦି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରୁ ଅନିଲ ରଣା, ଅଭିମନ୍ୟୁ ମଲ୍ଲିକ, ଯୋଗେନ୍ଦ୍ର ରାଉତ,, ବିଭୂତି ବାଗ, ପଦ୍ମିନୀ ପଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Prev Post