ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଭ୍ରମଣ ପାଠ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପରିଭ୍ରମଣ ପାଠ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ବଡ଼ ପଣ୍ଡା ବସରେ ଐତିହାସିକ ସ୍ଥଳମାନଙ୍କ ମଧ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ବରପାଲି ଠାରେ ଶିକ୍ଷୟତ୍ରୀ ଅନିମା ରାଉତ ଛାତ୍ରୀ ମାନଙ୍କୁ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସୁନ୍ଦରଗଡ ଜିଲ୍ଲାର ପାପକ୍ଷୟ ଓ ମହାନଦୀର ପରିଭ୍ରମଣ ସଙ୍ଗୀତା ସାହୁ ଏବଂ ନମିତା ସାହୁ କରାଇଥିଲେ । ମା’ ମେଟାକାନୀ ମନ୍ଦିରର ଇତିହାସ ଉପରେ ଉଷା ଦାସ ଓ ରଞ୍ଜିତା ସାହା, ମନୋଜ ସାର ସମ୍ୟକ ଧାରଣା ଦେଇଥିଲେ । ସମ୍ବଲପୁର ଜିଲ୍ଲାର ବକ୍ରମନ୍ଦିର ଉମାଧୂମା ଶିବପୀଠ, ମା’ ସମଲେଶ୍ଵରୀଙ୍କ ମନ୍ଦିର ଅନିତା ପାଣିଗ୍ରାହୀ, ସେବକ ସାର ପରିକ୍ରମା କରାଯାଇ ଥିଲେ । ପାର୍ବତୀ ରାଉତ, ସତ୍ୟ ସାହୁ, ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, ଅଭିଭାବକ ବିଶ୍ୱେଶର ଦଣ୍ଡସେନା, ଲିଲିମା ଗିରି ଉକ୍ତ କାର୍ଯ୍ୟକ୍ରମର ସମସ୍ତ ପରିଭ୍ରମଣ ଦାୟିତ୍ଵ ତୁଳାଇ ଥିଲେ ।

Leave A Reply

Your email address will not be published.