csstore

ଚନ୍ଦଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଡୁଙ୍ଗୁରିପାଲି, (ସୁଶୀଲ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନଶିକ୍ଷକ ପ୍ରେମରାଜ ସେଠୀଙ୍କ ଅଭିଭାବକତ୍ୱରେ ଗଣେଶ ଓ ସରସ୍ୱତୀଙ୍କ ବନ୍ଦନା ସହିତ ବୈଠକ କାର୍ଯ୍ୟକ୍ରମକୁ ସିଆରସିସି ପ୍ରଦୀପ୍ତ କିଶୋର ଦାଶ ଆଗେଇ ନେଇଥିଲେ । ବୈଠକରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାର ରୂପରେଖ ଆଲୋଚନା, ପଢିବା ଗଢିବା ଓଡିଶା, ବହୁଶ୍ରେଣୀ ଶିକ୍ଷାଦାନ ପାଠ୍ୟ ଯୋଜନା, ଶିକ୍ଷକଙ୍କ ଗତିବିଧି ଯୋଜନା, ଅପାର, ଏମ ବି ୟୁ, ପରୀକ୍ଷା ପେ ଚର୍ଚ୍ଚା, ଶିକ୍ଷଣ ସୋପାନ ରେଜିଷ୍ଟର, ବିଦ୍ୟାଳୟର ବିଭିନ୍ନ ଗ୍ରାଣ୍ଟର ଖର୍ଚ୍ଚ, ଶୀତ କାଳୀନ ଛୁଟିର ଗୃହକାର୍ଯ୍ୟ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପର୍ଯ୍ୟବେକ୍ଷକ ହୋସିୟା ଛତ୍ରିୟା ବହୁଶ୍ରେଣୀ ଶିକ୍ଷାଦାନ ଏକ ବାସ୍ତବତା ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ରୀନା ବାଗ ଗଣିତର ବହୁଶ୍ରେଣୀ ପାଠ୍ୟ ଯୋଜନା ଉପସ୍ଥାପନ କରିଥିଲେ ଓ ଶିକ୍ଷକ ଅରୂପା ସାହୁ ଭାଷାର ବହୁଶ୍ରେଣୀ ପାଠ୍ୟ ଯୋଜନା ତଥା ଶିକ୍ଷକଙ୍କ ଗତିବିଧିର ଯୋଜନା ପ୍ରସ୍ତୁତ କରିଥିଲେ । ଶିକ୍ଷକ ଦିବ୍ୟରଞ୍ଜନ ପଧାନ ସଂଯୋଜନା କରିଥିବାବେଳେ ଶିକ୍ଷକ ସନ୍ତୋଷ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତା କାର୍ଯ୍ୟକ୍ରମକୁ ସଫଳ କରିଥିଲା ।

jayashree
Leave A Reply

Your email address will not be published.