ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ନଅଗାଁ ପ୍ରାଥମିକ ବିଦ୍ୟାଳୟଠାରେ ହୋଷ୍ଟ ସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଧ୍ୱଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଡଭେଲା ବ୍ଲକ୍ କୋଅର୍ଡିନେଟର ତଥା ଡାଏଟ୍ ବଲାଙ୍ଗିରର ଅଧ୍ୟାପିକା ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ସ୍ଥାନୀୟ ସିଆରସିସି ଜଗମୋହନ ତ୍ରିପାଠୀ ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ପ୍ରଧାନଶିକ୍ଷକ ମୋହନ ଭୋଇ, ଦୁତିଆ ସେଠ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ପୂର୍ଣ୍ଣ ମେହେର, ପ୍ରଭାତ କିଶୋର ରାଏ ଏବଂ ଶିକ୍ଷୟିତ୍ରୀ ଶକୁନ୍ତଳା ମେହେର, ଦୁର୍ଗାମଣି ମହାନନ୍ଦ, ଆକାଂକ୍ଷା ରାଣୀ ଯୋଶୀ, ତପସ୍ଵିନୀ ରଣା ଓ ଲକ୍ଷ୍ମୀ ପ୍ରିୟା କର୍ମକାର ପ୍ରମୁଖ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post