ଅସୁରକ୍ଷିତ ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ -୧୬

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ.-୧୬ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ ହେଉଛି । ଯାହାଫଳରେ ସର୍ବସାଧାରଣଙ୍କ ଯାତାୟତରେ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଗମନାଗମନରେ ବ୍ୟବସ୍ଥିତ ସୁବିଧାରେ ନଥାଇ ଅନେକ ତ୍ରୁଟି ରହିଥିବା ନେଇ ଜନଅସନ୍ତୋଷ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ଗଞ୍ଜାମ, ହୁମ୍ମା, ପାଲୁର ଜଙ୍କସନ୍, ରମ୍ଭା, ଖଲ୍ଲିକୋଟ ନଗରୀକୁ ଯିବାକୁ ହେଲେ ଜାତୀୟ ରାଜପଥ ଉପରେ ଚଳାଚଳ ବେଳେ ଗାଡ଼ି ଚାଳକ, ବାଇକ୍ ଓ ସ୍କୁଟି ଆରୋହୀମାନେ ଦୂରତା, ରାସ୍ତା ପାଶ୍ୱର୍ରେ ଥିବା ଅଞ୍ଚଳର ନାମ ଚିହ୍ନଟ ଅବା ଅଞ୍ଚଳର ନାମକୁ ପରିଚିତ କରୁଥିବା ଗାଇଡ ଫଳକ ଉପରେ ଦୃଷ୍ଟି ରଖି ସମସ୍ତେ ଗାଡ଼ି ଚାଳନା କରିଥାନ୍ତି । କିନ୍ତୁ ଜାତୀୟ ରାଜପଥ ବିଭାଗ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧିଷ୍ଟ ବିଷୟରେ ଅନୁସନ୍ଧାନ, ଅନୁଧ୍ୟାନର ଅଭାବ ଏବଂ ଦାୟିତ୍ଵରେ ଚରମ ଅବହେଳା ପ୍ରଦର୍ଶନ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ଏବଂ ବିପଦର ସମ୍ମୁଖୀନ ହେଉଛନ୍ତି । ରସ୍ତାର ଉଭୟ ପାଶ୍ୱର୍ରେ ଗାଇଡ ଲାଇନ ଫଳକ ଗୁଡିକରେ ନାମ ଲେଖିବାରେ ଅନେକ ସ୍ଥାନରେ ତ୍ରୁଟି ରହିଥିବା ବେଳେ ଅନେକ ସ୍ଥାନର ଗାଇଡ ଫଳକ ଗଛ, ଲଟାରେ ଆବରଣ ହୋଇ ଅନେକ ଯାତ୍ରୀ, ବାଇକ୍ ଓ ସ୍କୁଟି ଆରୋହୀମାନେ, ବସ ସେବାରେ ଥିବା ଟୁଇରିଷ୍ଟ ଗାଡ଼ି, ବାହାର ଗାଡ଼ିଚାଳକ ମାନେ ନାନା ହଇରାଣ ହେଉଛନ୍ତି । ଏପରିକି ଅନେକ ସ୍ଥାନରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହୋଇଥିବାବେଳେ ଅଣ୍ଡର ପାସ୍ ହେଉଥିବା ସ୍ଥାନରେ ଲଗାଯାଇଥିବା ଗାଇଡ ଫଳକ ସମ୍ପୂର୍ଣ୍ଣ ଗଛ ଲଟାରେ ଆବରଣ ହୋଇରହିଥିବା ଦେଖାଯାଉଛି । ଫଳରେ ଫଳକ ଗୁଡ଼ିକ ସମ୍ପୂର୍ଣ୍ଣ ଦେଖାଯାଉ ନ ଥାଏ । ଏଥିରେ ଅନେକ ଅସୁବିଧା ଏବଂ ବିପଦରେ ମଧ୍ୟ ପଡ଼ୁିଛନ୍ତି । ରାତ୍ରୀକାଳୀନରେ ରାସ୍ତା ଉପରେ ବ୍ୟବସ୍ଥିତ ବତୀ ଖୁଣ୍ଟରେ ବିଜୁଳିବତୀ ଜଳି ନଥାଏ । ଅନେକ ସ୍ଥାନରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ସ୍ଥାନରେ ବିଜୁଳିବତୀ ଖୁଣ୍ଟ ଗୁଡ଼ିକ ବିପଦ ସଙ୍କେତ ସ୍ତରରେ ରହିଥିବା ଦେଖାଯାଏ । ଯାହାକି ନିମ୍ନମାନର ନିର୍ମାଣ ହୋଇଥିବା ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବ୍ୟବସ୍ଥିତ ବତୀ ଖୁଣ୍ଟ ଗୁଡ଼ିକ ପାଖାପାଖି ବ୍ୟବଧାନରେ କଂକ୍ରିଟ ଭାଙ୍ଗି ଯାଇଥିବା ଦେଖାଯାଇଥାଏ । ବାଇପାସର ଏ ପାଖରୁ ଅନ୍ୟ ପାଖକୁ ଅତିକ୍ରମ କରିବାକୁ ହେଲେ ଅନେକ ବାଇକ୍ ଓ ସ୍କୁଟି ଆରୋହୀମାନେ ରଙ୍ଗରୁଟରେ ଅତିକ୍ରମ କରିବାକୁ ପଡ଼େ, ଯାହାକି ଜାତୀୟ ରାଜପଥ ବିଭାଗର କାର୍ଯ୍ୟରେ ସୁବ୍ୟବସ୍ଥିତ ଯୋଜନାରେ ଏ ଯାବତ ପୂର୍ଣ୍ଣାଙ୍ଗ ହୋଇ ନ ପାରିବା ଏବଂ ଲୋକାଲ୍ ରୁଟ୍ ସହସଂଯୋଗ ସ୍ଥଳରେ ଏନ୍.ଏଚ୍.ଏ.ଆଇ.-୧୬ କୁ ସଂଯୋଗ କରି ନଥିବା କାରଣରୁ ଶହ ଶହ ଲୋକଙ୍କ ମୁଣ୍ଡ ଗଡୁଛି, ଅନେକଙ୍କ ଜୀବନ ମରଣାନ୍ତକ ଭାବେ ଅଦ୍ୟାବଧି ଗତିକରି ଆସୁଅଛି । ଏଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନଦେଇ ଏହାର ବିହିତ ପଦକ୍ଷେପ ଗ୍ରହଣ ସାଂଗକୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବି ହେଉଅଛି ।

Leave A Reply

Your email address will not be published.