ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା ଅଭିଯୋଗ ଆସିଥିଲା । ଯାହାପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନମୋଡକୁ ଆସିଯାଇଥିଲା । ଆନ୍ଧ୍ରପ୍ରଦେଶରୁ ବେଆଇନ୍‌ ଭାବେ ୩ ପେଟିରେ ଡିଜିଟାଲ ଡିନାମାଇଟ୍‌ ଚୋରାରେ ଆଣି ରଖାଯାଇଥିଲା । ୮୮ନଂ ଖାଦାନର ମାଲିକ ଅରବିନ୍ଦ ସାହୁଙ୍କ ନେତୃ‌ତ୍ୱରେ ଡିନାମାଇଟ୍‌ ଗଚ୍ଛିତ ରଖାଯାଇଥିବାରୁ ଉପଜିଲ୍ଲାପାଳ, ସୋର ତହସିଲଦାର ଅଶୋକ ଦାସ ମିଳିତ ଭାବେ ଚଢାଉ କରିଥିଲେ ଏବଂ ସମସ୍ତ ୩ ପେଟି ଡିନାମାଇଟ୍‌କୁ ଜବତ କରି ସୋର ଥାନାକୁ ହସ୍ତାନ୍ତର କରାଯାଇଛି । ଏବଂ ଅରବିନ୍ଦ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.