csstore

ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିଆଲବାହାଲିରେ ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ପୂର୍ବତନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଶତପଥୀ ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଇ ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାଳୟର ଲାଇବ୍ରେରୀକୁ ପଠନ ଉପଯୋଗୀ ଶତାଧିକ ପୁସ୍ତକ ଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ ମୁକେଶ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ବିଦ୍ୟାଳୟ କମିଟିର ସଭାପତି ଶ୍ରୀକାନ୍ତ ଭୋଇ, ଶିକ୍ଷକ ଚୈତନ୍ୟ ଦନ୍ତା, ରଘୁନାଥ ଜେନା, ସୁବିର ବିଶି, ଦୀପକ ଗୁରୁ, ନିରୁପମା ମିଶ୍ର, ଐଶ୍ୱର୍ଯ୍ୟା ସାହୁ, ସୁଷମା ପଧାନ, ସୁଦେଷ୍ଣା ମାହାନା । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମେହେର ।

jayashree
Leave A Reply

Your email address will not be published.