ଧାନମଣ୍ଡି ସଚେତନତା ରଥର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ୨ଟି ଧାନମଣ୍ଡି ସଚେତନତା ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଙ୍ଗଳବାର ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗଦେଇ ସବୁଜ ପତାକା ଦେଖାଇ ଉକ୍ତ ୨ଟି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ ବୋଲି କୁହାଯାଇଛି । ଉକ୍ତ ଧାନମଣ୍ଡି ରଥ ଗୁଡ଼ିକ ଠାରୁ ପ୍ରଚାର ପ୍ରସାର କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରି ଚଳିତ ବର୍ଷର ଧାନ ଓ ମାଣ୍ଡି କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ ବୋଲି ସରକାରୀ ଭାବେ କୁହାଯାଇଛି ।

Leave A Reply

Your email address will not be published.