csstore

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ

ବାଲିଗୁଡା, :(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସାଧନ ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାରଣା, ଅଞ୍ଚଳର ବରିଷ୍ଠ ଚିତ୍ରକାର ରଶ୍ମି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ଦୀପଧୂପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉପସ୍ଥିତ ଅତିଥିଙ୍କ ଅଭିଭାଷଣରେ ବିଜ୍ଞାନର କାର୍ଯ୍ୟକାରିତା ଓ ତା’ର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର ବିଜ୍ଞାନର ଉପକାରିତା ବିଷୟରେ ଶିଶୁଙ୍କୁ ସୁନ୍ଦର ଭାବେ ବୁଝାଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସୋନାଲି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଅଭିଭାବକ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.