ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା ଅନ୍ତର୍ଗତ ଜଳବିଭାଜିକା ଉନ୍ନୟନ କାର୍ଯ୍ୟରେ ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବା ପାଇଁ, ଭୂମି ସମ୍ପଦ ବିଭାଗ, ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାର ତଥା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟ, ଓଡିଶା ସରକାରଙ୍କ ସହ ସମନ୍ୱୟରେ “ୱାଟରସେଡ୍ ମହୋତ୍ସବ-୨୦୨୫” ବଲାଙ୍ଗିର ଜିଲ୍ଲାର ଉଲବା ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଓଡିଶା ସରକାର କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଅନ୍ୟନ ଅତିଥି ଭାବେ ନିର୍ଦ୍ଦେଶକ, ଜଳବିଭାଜିକା ଉନ୍ନୟନ, ଓଡିଶା ସୁବ୍ରତ କୁମାର ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ, ଓଡିଶା ଭୀମସେନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଜିକା, ବଲାଙ୍ଗିର ମୋହିତୋସ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ୱାଟରସେଡ୍ ମହୋତ୍ସବର ଉଦ୍ଦେଶ୍ୟ ନିଜ ବକ୍ତବ୍ୟରେ କହିଥିଲେ । ଜଳବିଭାଜିକା ଅଞ୍ଚଳରେ ମୃତ୍ତିକାର ଅବକ୍ଷେୟ ହ୍ରାସ ଓ ଜଳ ସରଂକ୍ଷଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜଳ ଅମଳ ପ୍ରକଳ୍ପ, ଢିଲା ପଥର ବନ୍ଧ, ଝର ପୋଖରୀ, କ୍ଷେତ ପୋଖରୀ, ଆଡି ବନ୍ଧ ନିର୍ମାଣ, ବୃକ୍ଷରୋପଣ ଆଡି ନିର୍ମାଣ କରାଯାଇ ଚାଷ ଜମିକୁ ସୁରକ୍ଷିତ ଭାବେ ଜଳସେଚନର ସୁବିଧା ପାଇ ପାରିବା ଓ ଜନସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ସହଯୋଗ ଓ ସହଭାଗିତାରେ ଜଳବିଭାଜିକା ଉନ୍ନୟନ କାର୍ଯ୍ୟର ସୁପରିଚାଳନା କରିବା । “ମିଶନ ୱାଟରସେଡ୍ ପୁନରୁତ୍ଥାନ” ବିଶେଷ ମହତ୍ତ୍ୱପୂର୍ଣ୍ଣ, କାରଣ ଏହା ପୁରୁଣା ୱାଟରସେଡ୍ କାର୍ଯ୍ୟଗୁଡ଼ିକର ପୁନରୁଦ୍ଧାର, ଦୀର୍ଘକାଳୀନ ରକ୍ଷଣାବେକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ଉତ୍ପାଦନକ୍ଷମତା ପୁନର୍ଜୀବନ ପାଇଁ ନିର୍ଦ୍ଦେଶିତ । ଜଳବିଭାଜିକା ଉନ୍ନୟନ ପାଣ୍ଠି ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଦ୍ଵାରା ପୁରୁଣା ଜଳ ଅମଳ ପ୍ରକଳ୍ପ ଗୁଡିକର ପୁନରୁଦ୍ଧାର କରିବା । ଏହି ନୂତନ ପ୍ରୟାସଟି ଜନଭାଗିଦାରୀ (ସ୍ଵଇଛୁକ ଶ୍ରମଦାନ ଓ ଆର୍ଥିକ ସମ୍ବଳ) ଏବଂ ବିଶେଷ ମଡେଲ୍ ଯଥା ପବ୍ଲିକ-ପ୍ରାଇଭେଟ-ପିପୁଲ ପାର୍ଟିସିପେସନ (ପିପିପିପି/୪ପି)ର ଅନୁସରଣ କରି ପ୍ରକଳ୍ପ ପ୍ରତି ଅଧିକ ମାଲିକାନା ଭାବନା ସୃଷ୍ଟି କରିବା । ପରିବେଶ ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ । ଜନସାଧାରଣ ମାନଙ୍କୁ ନୂତନ ଉତ୍ସାହ ସହ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମରେ ସହଯୋଗ, ସହଭାଗୀତା ସହ ଯୋଜନାକୁ ସମୃଦ୍ଧି, ସହନଶୀଳତା ଓ ଗ୍ରାମୀଣ ପରିବର୍ତ୍ତନର ସଶକ୍ତ ମାଧ୍ୟମ ରୂପେ ଗଢ଼ିବା ତଳିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ଜିଲ୍ଲାରେ ଥିବା ୬୦ ଗୋଟି ୱାଟରସେଡ୍ କ୍ଲଷ୍ଟରରେ ୱାଟରସେଡ୍ ମହୋତ୍ସବ ଆସନ୍ତା ଜାନୁୟାରୀ ମାସ ୨୦୨୬ ମଧ୍ୟରେ ପାଳନ କରାଯିବ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳ ବିଭାଜିକା ବିଭାଗ, କୃଷି ବିଭାଗ ତଥା ଅନନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।