- ଭାଗ ନେଲେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଠାରୁ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡିଏସପି ରେଣୁକା ସୁନା ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା କ୍ରୀଡ଼ା ସଂଘର ଉପ ସଭପତି ଚିତ୍ତରଞ୍ଜନ ତରାସିଆ ସଭା ସଂଯୋଜନା କରିଥିବା ବେଳେ ଦିଗାମ୍ବର ଶତପଥି ଧନ୍ୟବାଦ୍ ଅର୍ପଣ କରିଥିଲେ । କଲିମ ମହମଦ, ସଞ୍ଜୟ ସାହୁ, ବିପ୍ର ଚରଣ ପେରା, ଚୈତନ୍ୟ ନାଏକ, ଗୋବିନ୍ଦ ନାଏକ, ନେପାଲ ଦାଣ୍ଡିଆ, ସୋମନାଥ ସାହୁ, ବୀର ପ୍ରତାପ ଦାଶ, ସରିତା ମିଶ୍ର, ପ୍ରତିଭା ଭୋଇ ଓ ଅନିତା ମହାନନ୍ଦ ପ୍ରମୁଖ ସମସ୍ତ ପିଇଟି ଦୁଇ ଦିନ ଧରି ସମସ୍ତ ଖେଳ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସୁଚାରୁ ରୂପେ ସମ୍ପାଦନ ହୋଇଯାଇଛି । କ୍ରୀଡ଼ା ସଂଘର ସକ୍ରିୟ ସଦସ୍ୟ ରାଜୀବ ସାହୁ, ସୁବାଷ ବିଶ୍ଵାଳ, ହୃଷୀକେଶ ପଣ୍ଡା, ବିକାଶ ପଣ୍ଡା, ବିକାଶ ପାଢ଼ୀ, ବାଳ ଗୋପାଳ ମିଶ୍ର, ରିପୁନ ନାଏକ, ରାଜ କୁମାର ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱର କିଟ୍ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ ବୋଲି ସଂଘର ଉପ ସଭାପତି ଶ୍ରୀ ତରାସିଆ ଓ ସଂପାଦକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ସଂଘ ଉପଦେଷ୍ଟା କଇରୁ ସ୍ୱାଇଁ, ଦିଲୀପ ଗୁରୁ, ପୁରୁଷୋତ୍ତମ ପାଣିଗ୍ରାହୀ, ନନ୍ଦ କିଶୋର ତ୍ରୀପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବି.ସତ୍ୟ ନାରାୟଣ ରାଓ, ସଦସ୍ୟ ରାଜ କିଶୋର ତ୍ରୀପାଠୀ, ମହାଦେବ ମଲ୍ଲିକ, କମଳାକାନ୍ତ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।