ମୁରିବାହାଲ ବ୍ଲକର ୫୦୪ଜଣ ଛାତ୍ରଛାତ୍ରୀ ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୪ଜଣ ଛାତ୍ରଛାତ୍ରୀ ବେଲପଡ଼ା ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡିଛି । ବ୍ଲକର ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେନ୍ଦ୍ରରେ ମୋଟ ୨୧୬ଜଣଙ୍କ ମଧ୍ୟରୁ ୧୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦ଜଣ ଅନୁପସ୍ଥିତ ଥିଲେ । ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୯୨ଜଣଙ୍କ ମଧ୍ୟରୁ ୧୭୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮ଜଣ ଅନୁପସ୍ଥିତ ଥିଲେ । ସେହିପରି ବାଙ୍କେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୪ଜଣ ପରୀକ୍ଷା ଦେଇଥିବା ବେଳେ ୧୭ଜଣ ଅନୁପସ୍ଥିତ ଥିଲେ । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷା ପରିଚାଳନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ନାଗ, ବାଙ୍କେଲ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ଆଡଯୁଆଡଙ୍କ ସହ ସମସ୍ତ ପରୀକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ତିନୋଟି ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଅଭିଭାବକଙ୍କ ଭିଡ ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ପାଇଁ ମୁରିବାହାଲ ଓ ଟିଟିଲାଗଡ ଥାନାର ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.