ସ୍ୱର୍ଗତ ନିରାକାର ସାହୁଙ୍କ ସ୍ମୃତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ଠାରେ ପ୍ରଥମେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ୱାରା ଚକ୍ଷୁ ଚିକିତ୍ସା କରାଯାଇଥିଲା । ଏଥିରେ ସମୁଦାୟ ୧୪୨ ଜଣ ଚକ୍ଷୁ ଚିକିତ୍ସା ପାଇଁ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଏହି ପରି ସାପ୍ତାହିକ ବଜାର ପ୍ରାଙ୍ଗଣରେ ସ୍ୱର୍ଗତ ନିରାକାର ସାହୁଙ୍କ ନବମ ବର୍ଷ ତିରୋଧାନ ତିଥିଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତାଭାବେ ରସର।ଜ ଅଚ୍ୟୁତ ପୁରୋହିତ ଯୋଗ ଦେଇଥିଲେ । ଏହିପରି ଅବସର ପ୍ରାପ୍ତ ଶିକ୍ଷକ ହୃଷୀକେଶ ପଧାନ, ରବିଚନ୍ଦ୍ର ଭୋଇ, ବଂଶୀଧର ବେହେରା, ପୁରନ୍ଦର ବେହେରା, ଅଧ୍ୟାପକ କିଶୋର ଠାକୁର ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ପୂର୍ବତନ ପ୍ରକଳ୍ପ କୃଷି ନିର୍ଦ୍ଦେଶକ ସୋମନାଥ ସାହୁ ସଭାପତିତ୍ଵ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ମନରଞ୍ଜନ ସାହୁ । ଏହା ପରେ କୀର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା । ପରେ ଏକ ନକ୍‌ଆଉଟ୍ ଫୁଟ୍‌ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୋଟ ଆଠ ଗୋଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି । ଫୁଟବଲ ପ୍ରତିଯୋଗତାକୁ ସୁଧାଂଶୁ ସେଠ, ରଘୁନାଥ ସେଠ, କରୁଣାକର ପଧାନ ପରିଚାଳନା କରିଥିଲେ । ଖେଳ ପ୍ରତିଯୋଗିତାଟି ହାଇସ୍କୁଲ ଖେଳ ଶିକ୍ଷକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜେପିଏସ୍‌ଏର ସମସ୍ତ ସଦସ୍ୟ ସହଯୋଗ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତ ନିରାକାର ସାହୁଙ୍କ ଜ୍ୟୈଷ୍ଠପୁତ୍ର ନରେଶ  ସାହୁ ଆୟୋଜନ କରିଥିଲେ । ଶେଷରେ ଅନିରୁଦ୍ଧ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.