ଦଣ୍ଡନାଟରେ ଅପସଂସ୍କୃତି ପ୍ରଥା ପରିବେଷଣ ହେବ ନାହିଁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦଣ୍ଡନାଟରେ ଅପସଂସ୍କୃତି ପ୍ରଥା ପରିବେଷଣ ହେବ ନାହିଁ ବୋଲି ଗଞ୍ଜାମ ଜିଲ୍ଲା ଦଣ୍ଡନାଟ ସଂସ୍କୃତି ମହାସଂଘ ନିଷ୍ପତ୍ତି ଚୁଡାନ୍ତ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠାଙ୍କଏସ୍‌ଓପି ଜାରି ହୋଇଛି । ପ୍ରଶାସନ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ନାଟ୍ୟ ମଞ୍ଚ ମହାସଂଘ ପକ୍ଷରୁ ସହମତି ପ୍ରକାଶ କରାଯାଇଛି । ଗଞ୍ଜାମ ଜିଲ୍ଲାର ଲୋକ-ସଂସ୍କୃତି, ଲୋକନୃତ୍ୟ ଦଣ୍ଡ ଚଡେୟା ନୃତ୍ୟ ପରମ୍ପରାକୁ ବଜାୟ ରଖିବା ଅବସରରେ ଦୋଳପୂର୍ଣ୍ଣିମା ପରେ ପରେ ଆରମ୍ଭ ହେଉଥିବା ଏବଂ ଚୈତ୍ର ମାସରେ ଶିବ ଓ ପାର୍ବତୀଙ୍କ ବ୍ରତ ପାଳନ ସ୍ୱରୂପ ଏହି ଗଣପର୍ବ ଦଣ୍ଡଯାତ୍ରାକୁ ଶୃଙ୍ଖଳିତ ଭାବେ ସୁରରୁଖରେ ସମାପନ କରାଯିବା ନେଇ ଅଧିକାରୀମାନଙ୍କ ମିଳିତ ନିଷ୍ପତ୍ତି କରିଛନ୍ତି । ପବିତ୍ର ମେରୁ ସଂକ୍ରାନ୍ତି ଅବସରରେ ଏହି ଦଣ୍ଡବିଧାନ ପରିସମାପ୍ତି ହୋଇଥାଏ । ଏହାରି ଭିତ୍ତିରେ କୌଣସି ଅପସଂସ୍କୃତି ପ୍ରଥା ପରିବେଷଣ ନ ହେବା ଦଣ୍ଡ ବିଧାନ ସଂସ୍କୃତି ସହ ପରିଚାଳିତ ହେବା ନିମନ୍ତେ ଗଞ୍ଜାମ ଜିଲ୍ଲା ଦଣ୍ଡନାଟ ସଂସ୍କୃତି ମହାସଂଘର ଅଧିକାରୀ ଓ ନେତ୍ତୃବର୍ଗମାନେ ଗଣ ସାମୁହିକ ହୋଇ ଏହି ନିଷ୍ପତ୍ତି ଚୁଡାନ୍ତ କରିଥିବା ବିଷୟରେ ସ୍ୱୀକାର କରିବା ପୂର୍ବକ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । ସର୍ବଶ୍ରୀ ଶିବରାମ ପ୍ରଧାନ, ବଦ୍ରି ନାରାୟଣ ନାୟକ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ନେତ୍ତୃବର୍ଗ ଏ ସମ୍ପର୍କରେ ପ୍ରଶାସନ ଠାରେ ଅବଗତ କରାଇଛନ୍ତି ।

Leave A Reply

Your email address will not be published.