ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ୍ ପ୍ରାଙ୍ଗଣରେ ଶୁକ୍ରବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିକ୍ଷାସଭା, ଆସ ସ୍କୁଲ ଯିବା ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ଶିକ୍ଷାସଭା କାର୍ୟ୍ୟକ୍ରମରେ ସାଧନ କେନ୍ଦ୍ର ଅଧିନସ୍ତ ସମସ୍ତ ଗ୍ରାମର ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପିତା, ମାତା, ଅଭିଭାବକ ଗଣ ଯୋଗ ଦେଇଥିଲେ । ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ନିଜର ଛାତ୍ରଛାତ୍ରୀଙ୍କୁ ସାଥିରେ ଆଣି ମୁଖ୍ୟସ୍ରୋତରେ ସାମିଲ କରେଇବା ପାଇଁ ଏହି ସଭା କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ସଭାକୁ ଲେବଡା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡି ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ ହୋଇ ମଞ୍ଚାସିନ ହୋଇଥିଲେ । ସମ୍ମାନୀୟ ଅତିଥି ରୂପେ ମୁରିବାହାଲ ବ୍ଲକ ଏସ୍‌ଆଇଓଏସ୍‌ ବିଭାଗ ସହକାରୀ ସଂଯୋଜକ ମନୋଜ୍ କୁମାର ସ୍ୱାଇଁ, ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିରାମ ମାଝୀ, ବେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରମଣୀ ସାହାଣୀ, ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ଲେଁଝା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେଶରୀ ଚନ୍ଦ୍ର ସାହୁ ମଞ୍ଚାସିନ ହୋଇଥିଲେ । ଏହି ସଭାର ଉଦ୍ଦେଶ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଶିକ୍ଷାର ଉଦ୍ଦେଶ୍ୟ, ଲାଭ, ଉପକାରିତା, ଏହାର ଆବଶ୍ୟକତା ଦିଗରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଏହି ଶିକ୍ଷା-ସଭାରେ କିଛି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ମଧ୍ୟ କରାଇଥିଲେ । ଏହି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ରଞ୍ଜନ କୁମାର ସାହୁ, ନରସିଂହ ସାହୁ, ମୋହନ ଚରଣ ସାହୁ, ବନବାସ ପ୍ରଧାନୀ, ସନ୍ତୋଷ କୁମାର ଜାଲ୍, ଜଗଦିଶ ସୁନା, ସୁମିତ୍ ବାଗ, ସଞ୍ଜୟ କାଲୋ, ରାଜେଶ ଅଢ଼ାଙ୍କ ସମେତ ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ପରିଶେଷରେ କନିଷ୍ଠ ଶିକ୍ଷକ ଉତ୍ତମ ରଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭା କାର୍ଯ୍ୟକୁ ଶେଷ କରିଥିଲେ ।

Leave A Reply

Your email address will not be published.