ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଜାତୀୟ ସିକିଲ ସେଲ ଏନିମିଆ ନିରାକରଣ କାର୍ଯ୍ୟକ୍ରମ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ ଅଶୋକ କୁମାର ସାହୁ, ବିଶ୍ୱଜିତା ଦତ୍ତ, ଧରିତ୍ରୀ ବେହେରା, ସସ୍ମିତା ଜେନା ୭୭ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସିକିଲ ସେଲ ଓ ଥେଲାସେମିଆ ପରୀକ୍ଷା କରିଥିଲେ । ତାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ ଓ ଶ୍ରୀ ଦାଶ ସଚେତନତା ସଭା କରି ସିକିଲ ସେଲ ଓ ଏନିମିଆ ଉପରେ ଆଲୋକପାତ କରିଥିଲେ । ଭବାନୀ ମାଝୀ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.