ଡାକ୍ତର କୃପାସିନ୍ଧୁ ଭୋଇଙ୍କ ଧର୍ମପତ୍ନୀ ସୂର୍ଯ୍ୟ କୁମାରୀ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ଧର୍ମପତ୍ନୀ ସୂର୍ଯ୍ୟକୁମାରୀ ଭୋଇ (୭୭) ବୁଧବାର ରାଉରକେଲା ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମର ଶରୀରକୁ ପାଇକମାଲ ସ୍ଥିତ ବାସଭାବନକୁ ରାତିରେ ଅଣାଯାଇଥିଲା । ଗୁରୁବାର ହଜାର ହଜାର ଲୋକ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଆସିଥିଲେ । ତାଙ୍କର ଶେଷକୃତ୍ୟ ସମ୍ପନ୍ନ ପାଇଁ ପାଇକମାଲ ସ୍ଥିତ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ତାଙ୍କର ବଡପୁଅ ଡାକ୍ତର ସଂଜୀବ ଭୋଇ, ସାନପୁଅ ପୂର୍ବତନ ସାଂସଦ ସଞ୍ଜୟ ଭୋଇ, ଝିଅ କଲ୍ୟାଣୀ ଭୋଇ, ବନ୍ଦିନୀ ଭୋଇ, ଜ୍ୱାଇଁ ସୁଶୀଲ ଭୋଇ, ସଚିଦାନନ୍ଦ ଭୋଇ, ନାତିନାତୁଣୀଙ୍କ ସହ ଦିଲ୍ଲୀପ ଅଗ୍ରୱାଲ, ବିନୋଦ କାଳିଆ, ମନୋଜ ତ୍ରିବେଦୀ, ଶରତ ବଡ଼ପଣ୍ଡା, ଗୁଣମଣି ସାହୁ, ଯାମିନୀ ପ୍ରଧାନ, ଅଚ୍ୟୁତ କୁମାର ଦାସ, ରସିଆ ଅଗ୍ରୱାଲ, ବଡ ଶତପଥି, ସୁରଥ ସାହୁ, ଭବାନୀ ସ୍ୱାଇଁ, ନିମାଇଁ ସ୍ୱାଇଁ, ବିବେକାନନ୍ଦ ପଟ୍ଟନାୟକ, ସନ୍ତୋଷ ଶତପଥୀ ପ୍ରମୁଖ ଶତାଧିକ ମହିଳା ପୁରୁଷ, ବୁଦ୍ଧିଜୀବୀ, ସାମ୍ବାଦିକ ଶବାଧାରରେ ଏକତ୍ରିତ ହୋଇଥିଲେ । ତାଙ୍କର ବଡପୁଅ ଡା. ସଂଜୀବ ଭୋଇ ମୁଖାଗ୍ନି ଦେଇଥିଲେ । କୁଳିତା ଜାତିର ନିୟମ ଅନୁସାରେ ସ୍ୱର୍ଗଦ୍ୱାରରେ ପଣ୍ଡିତ ପ୍ରେମାନନ୍ଦ ଦେବତା ପୂଜାପାଠ କରିଥିଲେ । ସୂର୍ଯ୍ୟକୁମାରୀ ଭୋଇ ଏକାଧାରରେ ଜଣେ ଧର୍ମପରାୟଣ ମହିୟସୀ ମହିଳା ଥିଲେ । ସେ ଗରିବ ଲୋକଙ୍କ ବନ୍ଧୁ, ଦୁଃଖିଦରିଦ୍ରଙ୍କ ସେବାକାରିଣୀ, ମିଷ୍ଟଭାଷୀ, ବନ୍ଧୁବାନ୍ଧବ, ଜନତାଙ୍କୁ ବହୁତ ଆଦର, ସ୍ନେହ କରୁଥିଲେ । ଆଜି ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.