csstore

୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଭାରତ ସରକାରଙ୍କ ନିର୍ଦ୍ଦେଶ ତଥା ଓଡ଼ିଶା ସରକାର ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଆଦେଶ କ୍ରମେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ନଭେମ୍ବର ୨୫ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ୧୦ ଡିସେମ୍ବର ୨୦୨୫ ରେ ଉଦଯାପନୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝି ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ପ୍ରୋଗ୍ରାମ ଅଫିସର୍, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ତାଙ୍କ ସମେତ ସଖୀ ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ ଏବଂ ପରିବାର ପରାମର୍ଶ କେନ୍ଦ୍ରର କର୍ମଚାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଗତ ୧୬ ଦିନଧରି ଚାଲିଥିଲା । ଏହି ଅବସରରେ ପ୍ରବନ୍ଧ (ଲିଙ୍ଗ ଭିତ୍ତିକ ହିଂସା) ପ୍ରତିଯୋଗିତାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ ।

jayashree
Leave A Reply

Your email address will not be published.