ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀରମହାରାଜପୁର ବ୍ଲକ ଖଣ୍ଡହତାର ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ ତଥା ସାଇବର୍ କ୍ରାଇମ୍ ଉପରେ ଏକ ସଚେତନତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି କେଶବ ପଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବରେ କୃଷ୍ଣଚନ୍ଦ୍ର ପାଢୀ, ସମ୍ମାନୀତ ଅତିଥି ଭାବରେ ଡ଼. ପ୍ରଫୁଲ୍ଲ କୁମାର ରଥ ଓ ଦୟାନିଧି ହୋତା, ମୁଖ୍ୟ ଅତିଥି ଭାବରେ ପୋଲିସ୍ ଅଧିକାରୀ ହେମନ୍ତ ରାଓ ଯୋଗ ଦେଇଥିଲେ । ସମ୍ପାଦକ ଘାସିରାମ ମଲ୍ଲିକ୍ଙ୍କ ତତ୍ୱାବଧାନରେ ସଭାକାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅକ୍ଷୟ କୁମାର ମିଶ୍ର ମଞ୍ଚ ପରିିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମୂରାରୀ କୁମାର ମିଶ୍ର । ଏହି ଅବସରରେ ୭୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏସ୍ଡିପିଓ ଶ୍ରୀ ରାଓ ସ୍ରାଇବର କ୍ରାଇମ୍ ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ । ରତ୍ନାକର ପଧାନ, ଗଙ୍ଗାଧର ଚୌଧୁରୀ, ଗଙ୍ଗାଧର ସାହୁ, ଶେଷ ପଧାନ, ଷଷ୍ଠି ଗାଇଗରିଆ, ହେମନ୍ତ ମେହେର, ରତ୍ନାକର ବିଶ୍ୱାଳ, ନବୀନ କିଶୋର ବିଶ୍ୱାଳ, ତରଣୀ ସେନ ପଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।