ଆନନ୍ଦ ଓ ଉତ୍ସାହର ସହିତ ରାଉରକେଲା ବିଧାନସଭା କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉଦିତ ନଗର ପଡିଆ ଠାରେ ଆଜି ରାଉରକେଲା ବିଧାନସଭା କ୍ଷେତ୍ରର “ସାଂସଦ ଖେଳ ମହୋତ୍ସବ”ର ଉଦଘାଟନୀ ଉତ୍ସବ ବହୁ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ କରି ଉଦଘାଟନୀ ଉତ୍ସବର ଶୁଭାରମ୍ଭ କରିଥିଲେ । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦିଲ୍ଲୀରୁ ଭିଡିଓ କନଫେରନସିଂ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ବା ସହିତ ଖେଳରେ ନିଜର ପାରିଦର୍ଶିତା ପ୍ରତିପାଦନ କରିବା ପାଇଁ ଅଂଶ ଗ୍ରହଣ କରୁଥିବା ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଖେଳ ମାଧ୍ୟମରେ ତୃଣମୂଳ ସ୍ତରରେ ଲୁକ୍କାୟିତ ପ୍ରତିଭା ଚୟନ ଓ ଯୁବ ନେତୃତ୍ୱକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଖେଳ ମହୋତ୍ସବରେ ମୁଖ୍ୟ ଉଦେ୍ଧଶ୍ୟ । ସେ ସଂସଦ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ପାରି ନଥିବା ପ୍ରକାଶ କରିଥିଲେ । ଚଳିତ ମାସ ୧୩ରୁ ୧୬ ତାରିଖରେ ସାଂସଦୀୟ କ୍ଷେତ୍ରର ସୁନ୍ଦରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ନିର୍ଣ୍ଣାୟକ ପ୍ରତିଯୋଗିତାରେ ସେ ଉପସ୍ଥିତ ରହିବେ ବୋଲି କରିଥିଲେ । ବିଧାୟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଖେଳ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଯାହା ମନ, ଶରୀରକୁ ଉତ୍ତମ କରିଥାଏ । ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି, ପ୍ରେରଣାର ଉତ୍ସ ଭରିଦେଇଥାଏ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ ତୃଣମୂଳ ସ୍ତରରୁ ପ୍ରତିଭାମାନେ ସୁଯୋଗ ପାଇ ଆଗକୁ ପଢ଼ିବେ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଧୀନା ଦସ୍ତାଗୀର ତାଙ୍କ ବକ୍ତବ୍ୟରେ କହିଥିଲେ, ଏହି ଖେଳ ମହୋତ୍ସବ ଖେଳାଳିଙ୍କ ମନରେ ଆଶା ସଂଚାର ଭରିଥାଏ ଓ ଆଗକୁ ବଢାଇବାର ସୁଯୋଗ ମିଳିଥାଏ । ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କା, ବିଜେପି ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ପୂର୍ବତନ ବଣାଇ ଜିଲ୍ଲା ସଭାପତି ରାସ ବିହାରୀ ପ୍ରଧାନ, ସାଂସଦ ଖେଳ ମହୋତ୍ସବ ପି ଆର୍ ଗଙ୍ଗାଧର ଦାଶ, ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ, ହୋଟେଲ ଆସୋସିଏସନ୍ ସଭାପତି ପ୍ରବୀଣ ଗର୍ଗ, ପୂର୍ବତନ ଆର୍ ଏସ ପି ଅଧିକାରୀ ସଂଘ ସଭାପତି ବିମଳ ବିଶି, ଜିଲ୍ଲା ଉପସଭାପତି ସରୋଜ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା, ରାଜ୍ୟ କାଉନସିଲ ସଦସ୍ୟ ଦିଲ୍ଲୀପ ପଟ୍ଟନାୟକ, ବରିଷ୍ଠ ନେତା ଭବାନୀ କବି ଓ ଅଶୋକ ଲେଙ୍କା, ପୂର୍ବତନ କାଉନସିଲର ନିତ୍ୟାନନ୍ଦ ସିଂଘଲ ପ୍ରମମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ରାଉରକେଲା ସଂଯୋଜକ ପ୍ରକାଶ ପାଶୱାନ । ଏହି ପ୍ରତିଯୋଗିତା ପଞ୍ଚାୟତ ସ୍ତରରେ, ବ୍ଲକରେ ଆରମ୍ଭ ଶେଷ ହୋଇ ଆଜି ବିଧାନ ସଭା କ୍ଷେତ୍ରର ଚୟନ ପାଇଁ ପ୍ରତିଭାମାନେ ଖେଳି ନିଜର ପ୍ରତିଭା ପ୍ରତିପାଦନ କରିପାରିବେ । ଏହି ଖେଳ ରାଉରକେଲା ବିଧାନସଭା କ୍ଷେତ୍ରର ଡିସେମ୍ବର ୮ ଓ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ୧୨ରୁ ୧୬ ବର୍ଷ ଓ ୧୭ରୁ ୨୪ ବର୍ଷ ପୁଅ ଓ ଝିଅମାନେ ଅଂଶ ଗ୍ରହଣ କରିଛନ୍ତି । ସମୁଦାୟ ଏହି କ୍ଷେତ୍ରର ୫୦୦୦ରୁ ଅଧିକ ଅଂଶ ଗ୍ରହଣ କରିଛନ୍ତି । ଆଜି ଆଥେଲେଟିକ, କବାଡି, ଯୋଗ, ରୋପ ଜମ୍ପ, ପୁଚି, ରଙ୍ଗୋଲି ଆଦି ଖେଳ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମରେ, ବ୍ୟାଡମିଣ୍ଟନ ଓ ହକି ପାନପୋଷରେ, ଭଲିବଲ ସେକ୍ଟର ୨୦ ରାଇଜିଂ କ୍ଲବରେ, ସାଇକ୍ଲିଂ ପାନପୋଷରୁ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍, ବକ୍ସିଂ ସେକ୍ଟର ୨୦ ରାଉରକେଲା କ୍ଲବ, ଫୁଟବଲ ଓ ଖୋ-ଖୋ ଉଦିତ ନଗର ପଡିଆ, ହାଣ୍ଡ ବଲ ଓ ଆର୍ଚେରୀ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି । ଆସନ୍ତା କାଲି ରାଉରକେଲା କ୍ଷେତ୍ରର ଖେଳ ମହୋତ୍ସବ ସମ୍ପୂର୍ଣ୍ଣ ହେବ ।

Leave A Reply

Your email address will not be published.