ମୁରିବାହାଲର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଜନ୍ମଦିନରେ ଦୀନଦୁଃଖୀଙ୍କୁ ଶୀତବସ୍ତ୍ର ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡାର ପଞ୍ଚାୟତ ସଦରମହକୁମା ପରଗନିଆ ପଡ଼ାଠାରେ ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ଜନ୍ମଦିନ ଉପଲକ୍ଷେ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରାଯାଇଥିଲା । ଜନ୍ମଦିନକୁ ଅଭିନବ ଉପାୟରେ ପାଳନ କରିବା ତଥା ଦୀନଦୁଃଖୀ ଲୋକଙ୍କ ହିତ ପାଇଁ ସମର୍ପିତ ହୋଇଥିବା କମ୍ବଳ ବଣ୍ଟନ ସଭାରେ ଦାତା ନିଜେ ଶ୍ରୀ ଜୈନଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲଳିତାଦେବୀ ଜୈନ ଉପସ୍ଥିତ ରହି ପରଗନିଆ ପଡ଼ାର ସମସ୍ତ ଜନସାଧାରଣଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଦିଲ୍ଲୀପ ମହାନନ୍ଦ, ଲିଙ୍ଗରାଜ ମାଝୀ, ଅକ୍ରୁର ଦୀପ, ତପନ ଦୀପ, ନରେନ୍ଦ୍ର ମହାରଣା, ପିଣ୍ଟୁ ଦୀପ, କିଶନ ମହାନନ୍ଦଙ୍କ ସହିତ ଅନେକ ବ୍ୟକ୍ତି ଯୋଗଦାନ କରି ସହଯୋଗ କରିଥିଲେ । ଶ୍ରୀ ଜୈନଙ୍କ ଜନ୍ମଦିନ ହେତୁ ଅଞ୍ଚଳରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସୁଦୀର୍ଘ ନିରାମୟ ଜୀବନ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.