ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବାର୍ଷିକ ଯୋଜନା ଅନୁସାରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସାଙ୍କ ସହ ଗୁରୁମା ରଶ୍ମିତା ଖମାରୀ ଏବଂ ପ୍ରଭାସିନୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହିଳାମାନଙ୍କୁ ନେଇ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଦମପଡ଼ା ଶିଶୁ ମନ୍ଦିରର ଗୁରୁମା ନିରୁପମା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତୁଷରା ଶିଶୁ ମନ୍ଦିରର ଆଚର୍ଯ୍ୟାସୌଦାମିନୀ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ପାଦିକା ଜୟନ୍ତୀ ମିଶ୍ର ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ ପୂର୍ବ ଛାତ୍ରୀ ତଥା ଅଞ୍ଚଳର ପ୍ରାୟ ୩୮୦ଜଣ ମହିଳା ଉପସ୍ଥିତ ଥିଲେ । କନ୍ୟା ଭାରତର ଭଉଣୀ ମାନଂକ ଦ୍ଵାରା ନାରୀ ଶକ୍ତିର ଅଭିନୟ କରିଥିଲେ । ଗୁରୁମା ପ୍ରଭାସିନୀ ପ୍ରଧାନ ମଞ୍ଚ ସଂଯୋଜନା କରିଥିବା ବେଳେ ରଶ୍ମିତା ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।