ଜ୍ଞାନ ଆହୋରଣ ପାଇଁ ଶହେ ଜଣିଆ କିଶୋରୀ ଦଳଙ୍କ ଆନ୍ତଃଜିଲ୍ଲା ପରିଦର୍ଶନ ସମ୍ପନ୍ନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହିଳା ଓ ଶିଶୁ ବିକାଶ ବିଭାଗର ଆଦବିକା ଯୋଜନାରେ ଜ୍ଞାନ ଆରୋହଣ ପରିଭ୍ରମଣରେ ମୟୂରଭଞ୍ଜର ୧୦୦ କିଶୋରୀ ବାଳିକା ଖୋର୍ଦ୍ଧା ଜିଲ୍ଲାକୁ ଯାଇ ଆଜି ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଛନ୍ତି । ପରିଭ୍ରମଣ ସମୟରେ ଖୋର୍ଦ୍ଧାସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟର ଓ ସରକାରୀ ଆଇଟିଆଇ ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ପ୍ରଶିକ୍ଷକ ମାନଙ୍କ ପାଖରୁ ବୈଷୟିକ କୌଶଳ ତାଲିମ ଓ ଆତ୍ମ ରୋଜଗାରକ୍ଷମ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି କଳିଙ୍ଗ ଷ୍ଟାଡ଼ିୟମଠାରେ ଉନ୍ନ‌ତମାନର ଆନ୍ତର୍ଜାତିକ ଖେଳ ପ୍ରଦର୍ଶନ ନିମନ୍ତେ ଥିବା ସୁବିଧା ସୁଯୋଗ ଓ ପ୍ରଶିକ୍ଷଣ କୌଶଳ ମଧ୍ୟ ବୁଲି ଦେଖିଛନ୍ତି । ଉକ୍ତ ପରିଦର୍ଶନ ଟିମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀଣୀ ଶ୍ରୀମତୀ ସସ୍ମିତା ମହାନ୍ତି ଓ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇ ପିଲାମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ ।

Leave A Reply

Your email address will not be published.