ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମଜଦୁର ସଭା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ରାଉରକେଲାରେ ଓଡ଼ିଶାର ଦ୍ୱିତୀୟ ପୂରାତନ ୧୯୬୪ ମସିହାରେ ସ୍ଥାପନ ହୋଇଥିବା ରାଉରକେଲା ବିମାନବନ୍ଦରକୁ ଆଇଏଏସ ଅଫିସର ତତ୍କାଳୀନ ୫ଟି ସଚିବ ଭିକେ ପାଣ୍ଡିଆନ୍ ବିଗତ ହକି ବିଶ୍ଵକପ୍ରୁ ରାଉରକେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ୭୨ ସିଟ୍ ବିଶିଷ୍ଟ ବିମାନ ସେବା ଆରମ୍ଭ କରାଇଥିଲେ । କିନ୍ତୁ ଉଦ୍ଦେଶ୍ୟ ମୂଳକ ଭାବେ ରାଉରକେଲା ବିମାନବନ୍ଦରକୁ ବନ୍ଦ କରିବା ପାଇଁ ୬ ମାସ ପୂର୍ବରୁ ଛୋଟ ପ୍ଲେନ୍ ଓ ତା ପରେ ମଝିରେ ମଝିରେ ପ୍ଲେନ୍ କ୍ୟାନସେଲ୍ କରାଇ ରାଉରକେଲାବାସୀଙ୍କୁ ନିମ୍ନମାନର ବିମାନ ସେବା ପ୍ରଦାନ କରିବା ସହ ଝାରସୁଗୁଡ଼ା ବିମାନବନ୍ଦରକୁ ପ୍ରମୋଟ କରାଇ ଇଣ୍ଡିଗୋ ଏୟାର ଲାଇନ୍କୁ ଆଣିବା, ଯାହାକି ରାଉରକେଲାବାସୀଙ୍କ ଆନ୍ଦୋଳନ ଏବଂ ଜନମତ ଜାଗ୍ରତ ଓ ଦାବିକୁ ଅଗ୍ରାହ୍ୟ କରାଇ ଆଉ ଏକ ଓଡ଼ିଆ ଆଇଏଏସ ପ୍ରଧାନମନ୍ତ୍ରୀଙ୍କ ନିଜ ସଚିବ (ସମ୍ବଲପୁର ବାସିନ୍ଦା) ପି କେ ମିଶ୍ର ନିଜ ଅଞ୍ଚଳରେ ଆଇଆଇଏମ୍ ଓ ଏମ୍ସକୁ ରାଉରକେଲାରେ କରାଇ ଦେଇନଥିବା ଏବଂ ଆଞ୍ଚଳିକ ବୈଷମ୍ୟ ସୃଷ୍ଟିକାରୀଙ୍କ ସହିତ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମିଶି ଉଦ୍ଦେଶ୍ୟ ମୂଳକ ଭାବେ ରାଉରକେଲା ସ୍ଥିତ ଓଡ଼ିଶାର ଦ୍ଵିତୀୟ ସର୍ବପୁରାତନ ବିମାନବନ୍ଦରକୁ ବନ୍ଦ କରିବା ପାଇଁ ହୀନ ପ୍ରୟାସ ସହିତ, ଝାରସୁଗୁଡ଼ାରେ ନୂଆକରି ଆରମ୍ଭ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ସେବା କାର୍ଯ୍ୟକାରୀ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାଉରକେଲାର ଏନ୍ଆଇଟିରୁ ସିଧାସଳଖ ଦିନକୁ ଦୁଇ ଥର ଲକ୍ଷ୍ମୀ ବସ୍ର ସମସ୍ତ ଯାତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ଅନ୍ୟ ବଡ ସହରକୁ ଯାଉଛନ୍ତି । କିନ୍ତୁ ଯଦି ରାଉରକେଲାବାସୀଙ୍କ ଦାବିକୁ ଯଥାର୍ଥ ଜଣାଇ ଚଳିତ ବର୍ଷ ଫେବୃଆରି ଏକ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ତାଙ୍କର ଘୋଷଣାକୁ କାର୍ଯ୍ୟକାରୀ କରି ରାଉରକେଲା ବିମାନ ବନ୍ଦରକୁ ୪ସି ଲାଇସେନ୍ସ ବିମାନ ବନ୍ଦର ଏବଂ ନାଇଟ ଲ୍ୟାଣ୍ଡିଂ ସିଷ୍ଟମ ଓ ଆଇ ଏଲ୍ ଏସ୍ ଲଗାଇ ଦେଇଥିଲେ ଝାରସୁଗୁଡ଼ା ବିମାନବନ୍ଦରକୁ କେବେବି ଇଣ୍ଡିଗୋ ଏୟାର ଲାଇନ୍ ନେଇ ନଥାନ୍ତା । ଏଥି ସହିତ ବାରମ୍ଵାର ପ୍ରତାରିତ ରାଉରକେଲା ବାସିନ୍ଦାଙ୍କୁ ଶାନ୍ତ କରିବାକୁ ରାଉରକେଲାକୁ ୯ ସିଟ ବିଶିଷ୍ଟ ଏକ ଛୋଟ ପ୍ଲେନ୍ ଅଣାଯାଇଅଛି ଯାହାକି ହେଲିକପ୍ଟର ପରି, ଏହା ରାଉରକେଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାଉରକେଲା ବିମାନବନ୍ଦର ଶ୍ରୀବୃଦ୍ଧି ବା ଆକାର ବୃଦ୍ଧି ନ କରାଇ ଓଡ଼ିଶାର ଭୌଗୋଳିକ ମାନଚିତ୍ରରେ ରାଉରକେଲାରେ ବିମାନବନ୍ଦରକୁ ଲୋପ କରିବାକୁ ସରକାର ଅପଚେଷ୍ଟା ନକରିବା ଓ ତୁରନ୍ତ ରାଉରକେଲାରେ ବିମାନବନ୍ଦରର ଆବଶ୍ୟକତା ମୁତାବକ, ରନୱେର ସମ୍ପ୍ରସାରଣ, ଆଇଏଲ୍ଏସ୍ ଓ ଏନ୍ଏଲ୍ଏସ୍ ସ୍ଥାପନ କରିବା ଏଥି ସହିତ ଜରୁରୀକାଳୀନ ଭିତ୍ତିକ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା, ଇଣ୍ଡିଗୋ ଭଳି ଏୟାର ବସ ରାଉରକେଲା ବିମାନବନ୍ଦରରୁ ଦେଶର ବିଭିନ୍ନ କସମୋପଲିିଟନ ସହର ଚଳାଚଳ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରାଯାଇଛି । ଗତ ଫେବୃଆରୀ ୧ ତାରିଖରେ ରାଉରକେଲାବାସୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଇଥିବା କଥା ରଖନ୍ତୁ ନଚେତ୍ ଆସନ୍ତା ନୂଆବର୍ଷରୁ ରାଉରକେଲା ବିମାନବନ୍ଦର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ହିନ୍ଦ୍ ମଜଦୁର ସଭା ତରଫରୁ ଚେତାବନୀ ଦିଆଯାଇଛି ଓ ରାଉରକେଲାରୁ ବାହାରେ ବା ବିଭିନ୍ନ କସମୋପଲିିଟନ ସହରରେ ରହୁଥିବା ସମ୍ପର୍କୀୟ ମାନଙ୍କୁ ବିନମ୍ର ନିବେଦନ ଆପଣମାନେ ଆସନ୍ତା ନୂଆ ବର୍ଷ ଦିନ ସକାଳ ସାଢେ଼ ୧୦ଟା ସମୟରେ ରାଉରକେଲା ବିମାନବନ୍ଦର ସମ୍ମୁଖରେ ଧାରଣା ସ୍ଥଳରେ ପହଞ୍ଚି ସହଯୋଗ କରିବା ପାଇଁ ବିନମ୍ର ନିବେଦନ । ଏହି ସାମ୍ବାଦିକ ସମ୍ମିଳନୀରେ ହିନ୍ଦ୍ ମଜଦୁର ସଭାର ହରେକୃଷ୍ଣ ପାଢୀ, ଦିଗମ୍ବର ମହାନ୍ତି, ବିଜେଡି ନେତା ଗଗନ ପଣ୍ଡା, ଜଗବନ୍ଧୁ ଜେନା, ଦିଲୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।