ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସ୍ଥାନୀୟ ପିଡବ୍ଲୁଡି ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ଠିକାଦାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ବିଭାଗର ନିର୍ମାଣ କାମରେ ଅନ୍ୟୁନ୍ୟ ୧ କୋଟି ପର୍ଯ୍ୟନ୍ତ ବାହାରୁଥିବା ସମସ୍ତ ଠିକା କାମରେ କେବଳ ସୁବର୍ଣ୍ଣପୁର ଜିଲ୍ଲାର ଠିକାଦାରମାନେ ହିଁ ଅଂଶଗ୍ରହଣ କରିବେ ଓ ବାହାର ଜିଲ୍ଲାର ଠିକାଦାର ମାନଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ବାରଣ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ଅନ୍ୟ ଜିଲ୍ଲାର ଠିକାଦାର ମାନଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରରେ ଅଂଶ ଗ୍ରହଣ ନ କରିବାରୁ ଅନୁରୋଧ କରାଯାଇଛି । ଯଦି ଦରକାର ପଡ଼େ ଏ ଦିଗରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଅନେକ ଛୋଟ ଛୋଟ କାମ ଗୁଡ଼ିକର ଟେଣ୍ଡର ବାହାର ଜିଲ୍ଲାର ଠିକାଦାର ହାତଉ ଥିବାବେଳେ ଜିଲ୍ଲାର ଠିକାଦାରମାନେ କାମ ନ ପାଇ ବ୍ୟାପକ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିଛି ସଂଘ । ସଂଘର ସଭାପତି ଜୟ ମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୁଶ ସାହୁ (ସାଧାରଣ ସମ୍ପାଦକ), ରାମକୃଷ୍ଣ ଦାସ (ସଧାରଣ ସମ୍ପାଦକ), ସୁମିତ୍ ପୂଜାହାରି (ଉପ ସଭାପତି) ଶିବ ନାରାୟଣ ବହିଦାର, ସତ୍ୟନାରାୟଣ ତ୍ରିପାଠୀ, ଶରତ ମହାପାତ୍ର, ପୁଲକ ମିଶ୍ର, ବାପି ଦାସ, ସୁଧୀର ପଣ୍ଡା, ରଞ୍ଜିତ ରାୟ, ଗୁପ୍ତ ମିଶ୍ର, ବିପ୍ର ଦାସ, ଅମିୟ ରଞ୍ଜନ ଦାସ, ବୁବୁନ ମିଶ୍ର, ଶେଷ ମେହେର, କୁନାଲ୍ ପଧାନ, ସୌରଭ ବେଦବାକ, ରାଜୁ ପଣ୍ଡା, ଦେବ ତ୍ରିପାଠୀ, ସତ୍ୟନାରାୟଣ ପାଣ୍ଡେ, ରଜତ ଅଗ୍ରୱାଲ୍, କିରଟି ଦାଶ ପ୍ରମୁଖ ଠିକାଦାର ବୈଠକରେ ଉପସ୍ଥିତ ଥିଲେ ।