ଭୁତିଆରବାହାଲ ସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ୨୪ଟି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମୋ ବିଦ୍ୟାଳୟ ସଭାପତି ଚିନ୍ତାମଣି ଚୌଧୁରୀ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରୀୟଦର୍ଶନୀ ମଞ୍ଚ ପରିଚାଳନା କରିଥିବା ବେଳେ ନେପାଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଷ୍ଣୁପ୍ରିୟା ଗିରି, ଆର୍ଶିବାଦ ସାହୁ, ତେଜରାଜ ଥନାପତି, ମୋହନ ଚୌଧୁରୀ, ପୁରୁଷୋତ୍ତମ ବାଗ, କୈଳାସ ଚନ୍ଦ୍ର ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.