ଏକତ୍ର ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ

  • କୋଶଲ ନାଟକ ପରିଷଦର ଦେବତା ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସରେ ସେକ୍ଟର ୬ କୋଶଲ୍ ନାଟକ ପରିଷଦ ତରଫରୁ ନାଟକ ଦେବତା ମଞ୍ଚସ୍ଥ ହୋଇଥିଲା । ନାଟକର କାହାଣୀ ହେଲା ମଣିଷ ଏକ ସାମାଜିକ ପ୍ରାଣୀ । ମଣିଷର ମୃତ୍ୟୁ ପରେ ମଧ୍ୟ ଆମେ ସେମାନଙ୍କୁ ସମ୍ମାନ ଦେଇଥାଉ । ସେ ହିନ୍ଦୁ ହେଉ ଅବା ଖ୍ରୀଷ୍ଟିଆନ ବା ମୁସଲମାନ । ସମସ୍ତେ ପିତୃ ପୁରୁଷଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥାନ୍ତି । ସେମାନେ ସନ୍ତୁଷ୍ଟ ହେଲେ ଆମର ମଙ୍ଗଳ ହୁଏ ବୋଲି ଧାରଣା ରହିଛି । ମୃତ ବ୍ୟକ୍ତିଙ୍କୁ ଦେବତା ଭଳି ମାନିଥାଉ । ଏହି ଭଳି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଦେବତା । ଏହି ନାଟକରେ ନିର୍ଦ୍ଦେଶକ ଗୌତମ ମହାନନ୍ଦ, ସଂଗୀତ ନିର୍ଦ୍ଦେଶକ ଦେବେନ୍ଦ୍ର ରଣା ଦାୟିତ୍ଵ ତୁଲାଇଥିଲା ବେଳେ ସୌରଭ ମହାନନ୍ଦ, ହର୍ଷିତା ମହାନନ୍ଦ (ଶିଶୁ), ଗୌତମ ମହାନନ୍ଦ, ଶ୍ରାବଣୀ ଗୋଛାଏତ, ଅମରେଶ ବେହେରା, ସୁଜଲ୍ ମହାନନ୍ଦ, ସୁନୀଲ ନାଗ, ଜିତ ମହାନନ୍ଦ, ବିକ୍ରମ ଭେସ୍ରା, ସୁଭାଷ ଚନ୍ଦ୍ର ନାଗ ପ୍ରମୁଖ ଅଭିନୟ କରିଥିଲେ । ନାଟ୍ୟକାର ଭାବେ ସୌରଭ ମହାନନ୍ଦ, କଣ୍ଠଶିଳ୍ପୀ ଭାବେ ନନ୍ଦିତା ମହାନନ୍ଦ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ପ୍ରଫେସର ଡ. ସମର ମୁଦାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାରମ୍ଭିକ ସଭାରେ ଆର୍‌ଏସ୍‌ପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର ଜି କାନେକର ମୁଖ୍ୟ ଅତିଥି, ଉଦଘାଟକ ଭାବେ ଶୁଭ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କ୍ଷୀରଗଙ୍ଗାର ଅଧ୍ୟକ୍ଷ ମାନସ ଉପାଧ୍ୟାୟ, ଡାକ୍ତର ଉତ୍ତମ ଚରଣ ଜେନା ଯୋଗଦେଇଥିଲା ବେଳେ ପ୍ରଫେସର ମୁଦାଲି ସ୍ୱାଗତ ଭାଷଣ ରଖିଥିଲେ । ଝିଲିମା ମହାନ୍ତି ମଞ୍ଚ ସଂଯୋଜନା ଓ ଶେଷରେ ପ୍ରବୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.