mahavir

୩ୟ ବାର୍ଷିକ କ୍ରୀଡା ଦିବସ ୨୦୨୫-୨୬ ଅତି ଧୁମ୍ ଧାମରେ ପାଳିତ

ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ଏମ୍. ସି.ଏଲ୍ ଜଗନ୍ନାଥ କ୍ଷେତ୍ର ଠାରେ ବିଦ୍ୟାଳୟର ୩ୟ ବାର୍ଷିକ କ୍ରୀଡା ଦିବସ ୨୦୨୫-୨୬ ଅତି ଧୁମ୍ ଧାମରେ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀମାନଙ୍କ ଶାରୀରିକ ଏବଂ ମାନସିକ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ୟ୍ୟକ୍ରମର ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଧାରଣ ପରିଚାଳକ ତଥା ବିଭାଗ ଅଧିକାରୀ ରଞ୍ଜିତ କୁମାର, ଦ୍ୱିତୀୟ ଡାନ୍ ବ୍ଲାକ୍ ବେଲ୍ଟ (କୁକ୍କିୱନ୍) ରାକେଶ ମହାପାତ୍ର, ଅଧ୍ୟକ୍ଷା ଶ୍ରୀମତୀ ଆଶା କୁମାରୀ, ସମସ୍ତ ଶିକ୍ଷକ କର୍ମଚାରୀ ଏବଂ ଅନେକ ଅବିଭାବକ ଅବିଭାବିକା ଉପସ୍ଥିତ ଥିଲେ । ଏହି ଅବସରର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହେଇଥିଲା । କେତେକ ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ମାଧ୍ୟମରେ ଶାରୀରିକ ବେୟାମ ତଥା ଯୋଗ ପ୍ରଦର୍ଶନ ହୋଇଥିଲା । ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଯେଉଁଥିରେ ୧୦୦ ମି ଲମ୍ବ ଦୌଡ଼, ଲମ୍ବ ଡିଆଁ, ବସ୍ତା ଦୌଡ଼ ଏବଂ ଅନ୍ୟାନ୍ୟ ଖେଳ ଅନ୍ତର୍ଭୁକ୍ତ ଥିଲା । ଅବିଭାବକ ମାନଙ୍କ ପାଇଁ ମଧ୍ୟ ଖେଳର ଆୟୋଜନ ହୋଇଥିଲା । କେତେକ ତାଲିମ୍ ପ୍ରାପ୍ତ ଲୋକ ଆତ୍ମରକ୍ଷାର କୌଶଳ ଏବଂ ମର୍ସଲ ଆର୍ଟ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁହଳ ଏବଂ ଉତ୍ସାହ ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ରଞ୍ଜିତ କୁମାର ଏହି କାର୍ୟ୍ୟକ୍ରମର ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ । ସେ ଛାତ୍ରମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପ୍ରେରଣା ଦେଇଥିଲେ । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ  ଆଶା କୁମାରୀ  ଛାତ୍ରଛାତ୍ରୀମାନଙ୍କ ସୁସ୍ଥ ଜୀବନ କାମନା କରିବା ସହିତ  ସେମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ । କାର୍ୟ୍ୟକ୍ରମ ଶେଷରେ ବିଜେତାମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ସଫଳ କରିବାରେ ଛାତ୍ର ଓ ଶିକ୍ଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.