ରାଉରକେଲା, (ସସ୍ମିତା ପ୍ରଧାନ) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ଓ ବିସ୍ଥାପିତଙ୍କ ଥଇଥାନ, କ୍ଷତିପୂରଣ ସଂପର୍କରେ ପ୍ରଶାସନ ଓ ଆରଏସପି ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ପ୍ରଶାସନ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଡିଆଇସି ଆରଏସପି ଆଲୋକ ବର୍ମା ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ କି କି ପଦକ୍ଷେପ ନିଆଯାଉଛି ସେ ବିଷୟରେ ଅବଗତ କରାଇଥିଲେ । ବୈଠକରେ ସେ କହିଛନ୍ତି ଯେ, ରାଉରକେଲା ଇସ୍ପାତ କକ୍ଷରଖାନାର ସଂପ୍ରସାରଣରେ ବିସ୍ଥାପିତଙ୍କର ସ୍ଥାନାନ୍ତରଣ ଓ ଥଇଥାନ ପ୍ରକ୍ରୟା ଏକ ମାନବୀୟ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଲୋକମାନେ ନିଜର ପୂର୍ବ ପୂରୁଷଙ୍କ ଜମି ହରାଉଛନ୍ତି । ସେଥିପାଇଁ ସରକାର ତାଙ୍କ ପ୍ରତି ସମ୍ବେଦନଶୀଳ । ଏଥିପାଇଁ ରାଜ୍ୟ ସରକାର ନୂଆ ଜଌଜ ଚକ୍ଟକ୍ଷସମଚ୍ଚ ୨୦୨୫ ଆଣିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ବୈଠକରେ ସେ ପ୍ରଶାସନ ଓ ଆରଏସପି ଉଭୟ ପକ୍ଷ ସଂପ୍ରସାରଣ ଓ ଥଇଥାନ ପାଇଁ ନିଜନିଜର ଆବଶ୍ୟକତା ବିଷୟରେ ଚଳିତ ଡିସେମ୍ବର ମାସ ଶେଷ ସୁଦ୍ଧା ଏକ ସୂଚି ପ୍ରସ୍ତୁତ କରବା ପାଇଁ ନିର୍ଦେଶ ଦେଇଛନ୍ତି । ସୂଚୀ ପ୍ରସ୍ତୁତ କଲାପରେ ଜାନୁଆରୀ ମାସରେ ଭୁବନେଶ୍ୱରରେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରର ଆବଶ୍ୟକ ବିଭାଗ ସହିତ ବୈଠକ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଆଜିର ଏହି ବୈଠକରେ ପ୍ରଶାସନ ଓ ଆରଏସପି ପକ୍ଷରୁ ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଜମିରେ ଜବରଦଖଲକାରୀଙ୍କ ସ୍ଥାନାନ୍ତରଣ, ବିସ୍ଥାପିତଙ୍କ ଥଇଥାନ ଶାନ୍ତିପୂର୍ଣ୍ଣ ଭାବରେ କିପରି କରାଯାଇପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । ବୈଠକରେ ପଶ୍ଚିମାଂଚଳ ଡିଆଇଜି ବ୍ରିଜେଶ ରାୟ, ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଦୀନା ଦସ୍ତଗୀର, ରାଉରକେଲା ଏସ୍ପି ନିତେଶ ୱାଧୱାନୀ, ଆରଏସପି ପକ୍ଷରୁ ଜେନେରାଲ ମ୍ୟାନେଜର ବିଭାବାସୁ ମଲିକ, ଡେପୁଟି ଜେନେରାଲ ମ୍ୟାନେଜର ସୁଧାଶୁ ମହାପାତ୍ର, ସିନିୟର ମ୍ୟାନେଜର ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Next Post