ଗୁଡଭେଲା ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

  • ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପରିବେଶ ସମସ୍ତଙ୍କ ଦାୟିତ୍ଵ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ବଲାଙ୍ଗିର ଓ ଗୁଡଭେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଗୁଡଭେଲା ଉଚ୍ଚ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବ୍ଲକ୍ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ନମିତା ରାଣୀ ଭୋଇ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସିଆର୍‌ସିସି ଷଢାନନ ପ୍ରଧାନୀ, ବିଆର୍‌ଟି ଜୁଲଫିକର୍ ଖାନ୍ ଓ ଅଶୋକ ସାମଲ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୩ ଡିସେମ୍ବର ଦିନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସିଆର୍‌ସିସି ରମେଶ ଚନ୍ଦ୍ର ଭୋଇ ଧନ୍ୟବାଦ ଦେଇଥିଲେ ଓ ପ୍ରହଲ୍ଲାଦ ଦଣ୍ଡସେନା ମଞ୍ଚ ସଞ୍ଚାଳନ କରିଥିଲେ । ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ, ଟଙ୍କଧର ସା, ସୁଧାଂଶୁ ପୁଟା ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.