ନିଆଁ ଲଗାଇ ଧାନଖରି ଜାଳିଦେଲେ ଦୁବୃର୍ତ୍ତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ତଥା ବଲାଙ୍ଗିର ସଦର ଥାନା ଅଧୀନ ସିଂହାଣୀମୁଣ୍ଡା ଗ୍ରାମର ଧନଞ୍ଜୟ ଦୀପଙ୍କ ଧାନଖରିରେ ସୋମବାର ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାଯାଇଛି । ଫଳରେ ଧାନଖରି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା ବେଳେ ବର୍ଷକର ରୋଜଗାର ହରାଇ ଧନଞ୍ଜୟ ଅସହାୟ ହୋଇ ପଡିଛନ୍ତି । ନିଜ ପୈତୃକ ସମ୍ପତ୍ତି ପ୍ରାୟ ୩ ଏକର ଜମିରେ ଧନଞ୍ଜୟ ଧାନଚାଷ କରି ଖଳାରେ ରଖିଥିଲେ । ତେବେ କେହି ଦୁର୍ବୃତ୍ତ ଗତକାଲି ରାତିରେ ଧାନଖରିରେ ନିଆଁ ଲଗାଇ ଦେଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଧାନଖରି ଭସ୍ମୀଭୂତ ହୋଇ ସାରିଥିଲା । ସରଗାଡ ରାଜସ୍ୱ ନିରୀକ୍ଷକ ବ୍ୟାସଦେବ ପଟେଲ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ଜଣାଯାଇଛି । ପୀଡିତ ଧନଞ୍ଜୟକୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ସକାଶେ ସରପଞ୍ଚ ସରୋଜ ବେହେରା ଦାବି କରିଛନ୍ତି ।

Leave A Reply

Your email address will not be published.