
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ତରଫରୁ ନାଟ୍ୟଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ସାହୁ ମୁଖ୍ୟ ଅତିଥି, କାର୍ତିକ ମହାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନାଟ୍ୟକାର ରାଜ କୁମାର ସାହୁ ସଭା ପରିଚାଳନା କରିବା ସହିତ ପିଲାମାନଙ୍କୁ ଗୁରୁ ଭଗବାନ ସାହୁଙ୍କ ବିଷୟରେ ଓ ସମ୍ବଲପୁରୀ ନାଟକ ପ୍ରତି ତାଙ୍କ ଅବଦାନ ଓ ରବୀନ୍ଦ୍ର ଚନ୍ଦ୍ର ଦାସଙ୍କ ପ୍ରଚାର ପ୍ରସାରକୁ ବୁଝାଇଥିଲେ ଓ ଅନୁଷ୍ଠାନ କାନ୍ଥରେ ସମସ୍ତଙ୍କ ଅବଗତ ପାଇଁ ଗୁରୁଙ୍କ ଫଟୋଚିତ୍ର ଟଙ୍ଗାଯିବ ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠାନର ନୂତନ ନାଟକ ‘ମାର୍ଜାର କେଶରୀ ‘ ପାଣ୍ଡୁଲିପି ପୂଜା କରାଯାଇଥିଲା । କଣ୍ଠଶିଳ୍ପୀ ସ୍ଵପ୍ନେଶ୍ଵରୀ ସାହୁ ଓ ଆଲିଶା ସାହୁ ଗୁରୁଭକ୍ତି ଗୀତମାନ ପରିବେଷଣ କରିଥିଲେ । ଘନଶ୍ୟାମ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଦର୍ଶ ସାହୁ, ସଂଜୀବ ସାହୁ, ଘନଶ୍ୟାମ ସାହୁ, ସନ୍ଧ୍ୟା ରାଣୀ ସୁନା, ଆରାଧ୍ୟ ସାହୁ, ପ୍ରିୟାଂଶି ସାହୁ, ମୁକେଶ ସାହୁ, ମହେନ୍ଦ୍ର ସାହୁ, ତାରାକାନ୍ତ ଭୋଇ, ଜୟନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।